ରାଜ୍ୟରେ ସୁଧୁରୁଛି କରୋନା ସ୍ଥିତି : ୫ ହଜାର ତଳକୁ ଖସିଲା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ସୁଧୁରୁଛି କରୋନା ସ୍ଥିତି । ଗ୍ରୀନ ଜୋନ୍‌ରେ ୧୨ଜିଲ୍ଲା । ୭ପ୍ରତିଶତକୁ ଖସିଲା ପଜିଟିଭି ହାର । ୨୪ ଘଣ୍ଟାରେ ୬୭ହଜାର ୧୨୨ ଟେଷ୍ଟିଂ ହୋଇଥିବା ବେଳେ ରେଡ୍ ଜୋନରେ ରହିଛି ୯ ଜିଲ୍ଲା । ଦିନକରେ ଆଉ ୪ହଜାର ୮୫୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୮ହଜାର ୫୧୬ । ସେହିପରି ୪୭ ଜଣଙ୍କ ଜୀବନ ନେଇଛି କିଲର ଭାଇରସ୍ । ଦିନକରେ କ୍ବାରେଣ୍ଟାଇନରୁ ୨ହଜାର ୭୬୫, ଲୋକାଲ କେସ୍ ରହିଛି ୨ ହଜାର ୮୭ ।

ଖୋର୍ଦ୍ଧାରୁ ସର୍ବାଧିକ ୬୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, କଟକରୁ ୫୦୫, ଯାଜପୁରରୁ ୩୮୨, ବାଲେଶ୍ବରରୁ ୩୬୪, କେନ୍ଦ୍ରାପଡାରୁ ୨୮୭, ଅନୁଗୁଳରୁ ୨୭୫, ପୁରୀରୁ ୨୩୭, ଭଦ୍ରକରୁ ୨୨୨, ମୟୂରଭଞ୍ଜରୁ ୨୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ ୧୮୦, ସୁନ୍ଦରଗଡ଼ରୁ ୧୫୭, ଢେଙ୍କାନାଳରୁ ୧୫୦, ନୟାଗଡ଼ରୁ ୧୩୬, ନବରଙ୍ଗପୁରରୁ ୧୦୮, ରାୟଗଡ଼ାରୁ ୧୦୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ୯୮, କେନ୍ଦୁଝରରୁ ୯୬, ମାଲକାନଗିରିରୁ ୮୯,

କୋରାପୁଟରୁ ୮୮, କନ୍ଧମାଳରୁ ୮୩, ବରଗଡ଼ରୁ ୬୧, କଳାହାଣ୍ଡିରୁ ୬୦, ବୌଦ୍ଧରୁ ୫୭, ଗଜପତିରୁ ୪୮, ସମ୍ବଲପୁରରୁ ୪୧, ଗଞ୍ଜାମରୁ ୪୦, ସୋନପୁରରୁ ୩୫, ବଲାଙ୍ଗୀରରୁ ୩୧, ନୂଆପଡାରୁ ୨୨, ଦେବଗଡ଼ରୁ ୨୦, ଜଗତସିଂହପୁରରୁ ୧୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ୪୭ହଜାର ୩୧୩ ଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୭ଲକ୍ଷ ୮୧ହଜାର ୪୮୮, ଆକ୍ଟିଭ କେସ୍ ୬୨ହଜାର ୫୧୫ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *