ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୩୩୭୧ ପଜିଟିଭ

ଭୁବନେଶ୍ୱର :  ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୩୭୧ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୨୨ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୪୪୯ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୯୮୦୦ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୫୩୦ ସଂକ୍ରମିତ । ଅନୁଗୁଳରୁ ୯୩ , ବାଲେଶ୍ୱରରୁ ୨୫୮ , ବରଗଡ଼ ୩୫ , ଭଦ୍ରକ ୧୭୬, ବଲାଙ୍ଗୀର ୧୨ , ବୌଦ୍ଧ ୧୯ , କଟକ ୪୬୮ , ଦେବଗଡ଼ ୩ , ଢେଙ୍କାନାଳ ୫୮, ଗଜପତି ୧୨ , ଗଞ୍ଜାମ ୨୧ , ଜଗତସିଂହପୁର ୧୩୫ , ଯାଜପୁର ୨୧୦ , ଝାରସୁଗୁଡ଼ା ୧୫ , କଳାହାଣ୍ଡି ୧୧ , କନ୍ଧମାଳ ୨୯ , କେନ୍ଦ୍ରାପଡ଼ା ୨୧୯ , କେନ୍ଦୁଝର ୭୦ , କୋରାପୁଟ ୫୨ , ମାଲକାନଗିରି ୮୦ , ମୟୂରଭଞ୍ଜ ୨୨୨ , ନବରଙ୍ଗପୁର ୩୪ , ନୟାଗଡ଼ ୧୩୫ , ନୂଆପଡ଼ା ୮ , ପୁରୀ ୧୯୩ , ରାୟଗଡ଼ା ୫୯, ସମ୍ୱଲପୁର ୨୮, ସୋନପୁର ୨୨ , ସୁନ୍ଦରଗଡ଼ 72 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *