ଚୀନ୍‌ରୁ ଉତ୍ପତ୍ତି ହେଲା ଆହୁରି ୧୮ ଭାଇରସ୍ : ମଣିଷ ପାଇଁ ଭୟଙ୍କର

ନୂଆଦିଲ୍ଲୀ : ବୈଜ୍ଞାନିକମାନେ ଚୀନର ୱେଟ ମାର୍କେଟରେ ଆହୁରି ୧୮ ଭୟଙ୍କର ଭାଇରସ୍‌ର ପତ୍ତା ଲଗେଇଛନ୍ତି ।ଯାହାକି ପୋଷା ପ୍ରାଣୀ ଏବଂ ମନୁଷ୍ୟଙ୍କ ମଧ୍ୟରେ ବ୍ୟାପି ପାରେ । କୁହାଯାଉଛି କି, କରୋନା ଭାଇରସ୍ ଉହାନର ସି ଫୁଡ୍ ମାର୍କେଟରୁ ମନୁଷ୍ୟ ପର୍ଯ୍ୟନ୍ତ ପହଞ୍ଚିଥିଲା, ଯାଦ୍ଦ୍ୱାରା ଏ ପର୍ଯ୍ୟନ୍ତ ୨୫.୩୮ କୋଟି ଲୋକ ସଂକ୍ରମିତ ହୋଇ ସାରିଛନ୍ତି ଏବଂ ୫୧ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ବୈଜ୍ଞାନିକମାନେ ୧,୭୨୫ ଜଙ୍ଗଲି ପଶୁଙ୍କୁ ନେଇ ବିଶ୍ଳେଷଣ କରିଥିଲେ । ଏହି ପ୍ରାଣୀମାନେ ୧୬ ପ୍ରଜାତିର ଥିଲେ, ଯାହାଙ୍କର ନମୁନା ସାରା ବିଶ୍ୱରୁ ନିଆଯାଇଥିଲା । ଅଧ୍ୟୟନରେ ଚୀନ, ଆମେରିକା, ବେଲ୍‌ଜିୟମ ଏବଂ ଅଷ୍ଟ୍ରେଲିଆର ଗବେଷକମାନେ ସାମିଲ ହୋଇଥିଲେ । ବୈଜ୍ଞାନିକମାନେ ଏମିତି ପ୍ରାଣୀଙ୍କୁ ପତ୍ତା ଲଗାଇଥିବାର ଦାବି କରିଛନ୍ତି, ଯେଉଁମାନଙ୍କୁ ସାଧାରଣତଃ ଚୀନରେ ହିଁ ଶିକାର କରାଯାଇଥାଏ ।

ଅର୍ଥାତ୍ ଏହି ପ୍ରାଣୀମାନଙ୍କୁ ବିଦେଶୀ ଭୋଜନ ରୂପେ ଖିଆ ଯାଇଥାଏ । ସେଥି ମଧ୍ୟରୁ କିଛି ପ୍ରାଣୀଙ୍କ ଉପରେ ଚୀନ ସରକାର କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ପ୍ରତିବନ୍ଧକ ଲଗାଇ ଦେଇଥିଲେ । ଅଧ୍ୟୟନର ଲେଖକ ଶୁଓ ସୁ କହିଛନ୍ତି, ସ୍ତନ୍ୟପାୟୀ ପ୍ରାଣୀଙ୍କୁ ସଂକ୍ରମିତ କରି ପାରୁଥିବା ମୋଟ ୭୧ ଭାଇରସ୍ ମିଳିଥିଲା, ଯେଉଁଥିରୁ ୪୫ ଭାଇରସ୍ ନୂଆ ବାହାରିଛି । ସେଥି ମଧ୍ୟରୁ ୧୮ ଭାଇରସ୍ ଏମିତି ରହିଛି, ଯାହାକି ପୋଷା ପ୍ରାଣୀ ଏବଂ ମନୁଷ୍ୟଙ୍କୁ ମଧ୍ୟ ନିଜ କବଳକୁ ନେଇ ପାରିବ । ଯଦିଓ ଟିମ୍‌କୁ ଏହି ସମୟରେ SARS-CoV-୨ ଭଳି ଭାଇରସ୍ ମିଳିପାରି ନାହିଁ । କରୋନା ଭାଇରସ୍ ଉତ୍ପତ୍ତିକୁ ନେଇ ଚୀନ ଲଗାତାର ମିଥ୍ୟା ପ୍ରଚାର କରିବାରେ ଲାଗିଛି । ଏଥିପାଇଁ ସେ ରାଜନୈତିକ ବୟାନ, ରାଜ୍ୟ ଦ୍ୱାରା ସଞ୍ଚାଳିତ ସାମାଚାର ମିଡିଆ ଏବଂ ସୋସିଆଲ ମିଡିଆର ସାହାରା ନେଉଛି । ଚୀନ ନିକଟରେ କରୋନା ଭାଇରସ୍ ପାଇଁ ଆମେରିକାର ବଡ଼ ଚିଙ୍ଗୁଡ଼ି ମାଛକୁ ଦାୟୀ କରିଥିଲା । ଚୀନ ଦାବି କରିଥିଲା କି, ୨୦୧୯ ନଭେମ୍ବର ୧୧ରେ ସଙ୍ଘାଇରେ ଉତ୍ତର ବୋଷ୍ଟନ ଚିଙ୍ଗୁଡ଼ି ମାଛର ୫୫ଟି ବାକ୍ସ ମାଲ ପରିବହନ କରୋନା ଉତ୍ପତ୍ତି ପାଇଁ ଦାୟୀ ଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *