ଅଞ୍ଜନା ଗଣଦୁର୍ଷ୍କମ ମାମଲା : ଜେଲ ଗଲା ବିବନ

ଭୁବନେଶ୍ୱର : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ରିମାଣ୍ଡ ଶେଷ ହୋଇଛି । ରିମାଣ୍ଡ ଶେଷ ହେବା ପରେ ବିବନକୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ତେବେ ଆଜି ସକାଳ ବିବନକୁ ନେଇ ସିନ୍ ରିକ୍ରିଏସନ କରିଥିଲା ସିବିଆଇ । ତେବେ ରିମାଣ୍ଡରେ ସିବିଆଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି । ଏହି ତଥ୍ୟ ତଦନ୍ତରେ ଅଧିକ ସହଯୋଗ କରିବ । ଏନେଇ ସିବିଆଇ ଆଇନ ପରାମର୍ଶ ଦାତା କାଳୀଚରଣ ମିଶ୍ର ସୂଚନା ଦେଇଛନ୍ତି । ତେବେ ଘଟଣା ଘଟାଇବା ପରେ ବିବନ କିପରି ଫେରାର ହୋଇଥିଲା ସେନେଇ ସୁବିସ୍ତୃତ ତଥ୍ୟ ବିବନ ସିବିଆଇକୁ ପ୍ରଦାନ କରିଛି । ରିମାଣ୍ଡ ସରିବା ପରେ ସିବିଆଇ ପୁଣି ରିମାଣ୍ଡ ପାଇଁ ଆବେଦନ କରିବ ବୋଲି କୁହାଯାଇଛି । ପୂର୍ବରୁ ଟିଆଇ ପରେଡରେ ଅଞ୍ଜନା, ବିବନ ଓ ଗାଡ଼ି ଡ୍ରାଇଭରକୁ ଚିହ୍ନିଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *