ତାତିଲେ ଛାତ୍ରଛାତ୍ରୀ; ଦାବି ପୂରଣ ନହେଲେ ନବୀନ ନିବାସ ଘେରାଉ

ଭୁବନେଶ୍ୱର : ଅଗଷ୍ଟ ମାସ ଶେଷ ସୁଦ୍ଧା ଡି.ଇଏଲ୍.ଇଡି. ଶେଷ ବର୍ଷ ପରୀକ୍ଷା ଓ ପରୀକ୍ଷାଫଳ ପ୍ରକାଶନ ନକଲେ ନବୀନ ନିବାସ ଘେରାଉର ଧମକ ଦେଇଛି ନିଖିଳ ଓଡ଼ିଶା ଡି.ଇଏଲ୍. ଇଡି. ଛାତ୍ର ସଂଘ । ଆସନ୍ତା ୨୧ ସୁଦ୍ଧା ପରୀକ୍ଷା ତାରିଖମ ଘୋଷଣା କରାନଗଲେ ୨୩ ଜୁଲାଇରେ ନିଖିଳ ଓଡ଼ିଶା ଡି.ଇଏଲ୍. ଇଡି. ଛାତ୍ର ସଂଘ ପକ୍ଷରୁ ନବୀନ ନିବାସ ଘେରାଉ କରାଯିବ ବୋଲି କୁହାଯାଇଛି । ଏହି ପ୍ରସଙ୍ଗରେ ନିଖିଳ ଓଡ଼ିଶା ଡି.ଇଏଲ୍. ଇଡି. ଛାତ୍ର ସଂଘ ପକ୍ଷରୁ ସୋମବାର ୟୁନିଟ୍-୬ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଗତ ଜାନୁଆରୀ ୬ତାରିଖରେ ଏସ୍.ସି.ଇ.ଆର.ଟି. ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ନଂ ୬୪ ଅନୁଯାୟୀ ୩୦ ଜୁନ୍ ମଧ୍ୟରେ ଶିକ୍ଷକ ଶୈକ୍ଷିକ ଶିକ୍ଷାଦାନ ଓ ଇଣ୍ଟର୍ଣ୍ଣସିପ୍ ଶେଷ କରି ଜୁଲାଇ ମଧ୍ୟରେ ପରୀକ୍ଷା ଶେଷ କରି ଫଳ ପ୍ରକାଶନ ପାଇଁ ଘୋଷଣା କରାଯାଇଥିଲା ।

ଜୁନ୍ ୩୦ ପୂର୍ବରୁ ଶିକ୍ଷକ ପ୍ରଶିକ୍ଷଣ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଶେଷ କରାଯାଇଛି । ମାତ୍ର ଆଶ୍ଚର୍ଯ୍ୟଜନକ ଭାବରେ ୧୩ ଜୁଲାଇରେ ଏସ୍.ସି.ଇ.ଆର.ଟି. ତରଫରୁ ବିଜ୍ଞପ୍ତି ନଂ- ୪୩୬୭ ଅନୁସାରେ ପୁଣି ୩ ମାସିଆ ଇଣ୍ଟର୍ଣ୍ଣସିପ୍ ପାଇଁ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଗଲା । ଏହି ପରିବର୍ଦ୍ଧିତ ଇଣ୍ଟର୍ଣ୍ଣସିପ୍ ଅକ୍ଟୋବର ୧୦ ତାରିଖରେ ଶେଷ ହେଲାପରେ ପରୀକ୍ଷା ଓ ଫଳ ପ୍ରକାଶନ ଅହେତୁକ ଭାବରେ ବିଳମ୍ବିତ ହେବ । ୟୁ.ଜି.ସି. ନିର୍ଦ୍ଦେଶାବଳୀ ଅନୁସାରେ ଡିଗ୍ରୀ ଶ୍ରେଣୀରେ ପ୍ରବେଶିକା ପ୍ରକ୍ରିୟା ସେପ୍ଟେମ୍ବର ପହିଲାରୁ ଓ ଅକ୍ଟୋବର ପହିଲାରୁ ଅଧ୍ୟୟନ ପ୍ରକ୍ରିୟା ଆରମ୍ଭ ହେବ ।

ଡି.ଇଏଲ୍. ଇଡି. ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଫଳ ଅଗଷ୍ଟ ଶେଷ ମଧ୍ୟରେ ପ୍ରକାଶିତ ନହେଲେ ଏମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବେ । ଏହି ଉଦ୍ବେଗ ନେଇ ସମଗ୍ର ରାଜ୍ୟରେ ଡି.ଇଏଲ୍.ଇଡି.ର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପକ୍ଷରୁ ସରକାରଙ୍କୁ ଦାବିପତ୍ର ମାଧ୍ୟମରେ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ସରକାର ଏହାକୁ କର୍ଣ୍ଣପାତ କରିନାହାନ୍ତି । ସେହିପରି ଇଣ୍ଟର୍ଣ୍ଣସିପ୍ ନାଁରେ ଘରଘର ବୁଲି ଶିକ୍ଷାଦାନ ମଧ୍ୟ ଛାତ୍ରଛାତ୍ରୀଙ୍କ ପ୍ରତି ଅନ୍ୟାୟ । କରୋନା ସମୟରେ ଏପରି ନିଷ୍ପତ୍ତି ଗ୍ରହଣୀୟ ନୁହେଁ । ସରକାରଙ୍କ ଏତାଦୃଶ ପଦକ୍ଷେପକୁ ସଂଘ ତରଫରୁ ଦୃଢ ନିନ୍ଦା କରାଯାଇ ମାନବାଧିକାର କ୍ଷୁର୍ଣ୍ଣକାରୀ ଏଭଳି ପଦକ୍ଷେପରୁ ସରକାର ବିରତ ରହିବାକୁ ଦାବି କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *