ଏମିତି ଭୋକ ଯେ, ପଡୋଶୀଙ୍କ କାନ୍ଥକୁ ବି ଖାଇ ପକାଉଛନ୍ତି ମହିଳା

ୱାଶିଂଟନ: କୌଣସି ଜିନିଷର ନିଶା କରିବା ଖରାପ ଅଟେ । ଯଦିଓ ସୁସ୍ଥ ରହିବା ଏକ ନିଶା ନୁହେଁ? କିନ୍ତୁ ବେଳେବେଳେ ଲୋକମାନଙ୍କର ଅଜବ ଜିନିଷ ପସନ୍ଦ କରିବାର ଅଭ୍ୟାସ ହୋଇ ଯାଇଥାଏ । ଆମେରିକାର ମିଶିଗନରେ ରହୁଥିବା ନିକୋଲ ହେଉଛନ୍ତି ଏହାର ଏକ ଉଦାହରଣ । ନିକୋଲଙ୍କର ଚକ୍ ଖାଇବାର ଖରାପ ଅଭ୍ୟାସ ରହିଛି । ଏହି ଅଭ୍ୟାସ ଏବେ ଏପରି ଏକ ନିଶା ପାଲଟି ଯାଇଛି ଯେ ନିକୋଲ ଚକ୍ ଖାଇବା ସହ ଘରର କାନ୍ଥକୁ ବି ଖାଇବା ଆରମ୍ଭ କରିସାରିଲେଣି । ସେ ଦିନକୁ ୬ ଥର କାନ୍ଥରୁ ଚୂନ ଛଡାଇ ଖାଉଛନ୍ତି । ତାଙ୍କର ଏହି ଅଭ୍ୟାସ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି । ନିକୋଲ ଆହୁରି କହିଛନ୍ତି ଯେ ଚକ ଖାଇବା ଅଭ୍ୟାସ ଆଜିଠୁ ୫ ବର୍ଷ ହେଲା ତାଙ୍କର ନିଶା ପାଲଟି ଯାଇଛି । ୫ ବର୍ଷ ପୂର୍ବେ ତାଙ୍କ ମା’ଙ୍କର ମୃତ୍ୟୁ ହୋଇଥିଲା । ମା’ଙ୍କ ମୃତ୍ୟୁ ଦୁଃଖରେ ସେ କାନ୍ଥ ଖାଇବା ଆରମ୍ଭ କରିଥିଲେ । ଏହି କାରଣରୁ ପ୍ରଥମେ ତାଙ୍କୁ ବହୁତ ଖରାପ ଲାଗୁଥିଲା ଏବଂ ସେ ଜାଣିଥିଲେ ଯେ କାନ୍ଥ ଖାଇବା ଜିନିଷ ନୁହେଁ । କିନ୍ତୁ ତାଙ୍କ ନିଶା ତାଙ୍କୁ କାନ୍ଥ ଖାଇବାକୁ ବାଧ୍ୟ କରିଥିଲା । ନିକୋଲ କହିଛନ୍ତି ଯେ ତାଙ୍କୁ ବିଭିନ୍ନ ପ୍ରକାର କାନ୍ଥର ସ୍ୱାଦ ଚାଖିବାକୁ ଭଲ ଲାଗେ । କିଛି କାନ୍ଥ ପତଳା ଓ କିଛିଟା ମୋଟା ରହିଥାଏ । ତେବେ ଏହି ସବୁ କାନ୍ଥର ସ୍ୱାଦ ମଧ୍ୟ ଅଲଗା ରହିଥାଏ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ତାଙ୍କୁ ଖଦଡିଆ କାନ୍ଥ ଖାଇବାକୁ ସବୁଠୁ ଭଲ ଲାଗିଥାଏ ।
ନିକୋଲଙ୍କର ଏହି ଅଭ୍ୟାସ ବିଷୟରେ ଜାଣିବା ପରେ ଡାକ୍ତରମାନେ ନିକୋଲଙ୍କୁ ଚେତାବନୀ ଦେଇଛନ୍ତି । ଡାକ୍ତରଙ୍କ କହିବା ଅନୁଯାୟୀ କାନ୍ଥର ରଙ୍ଗରେ ଅନେକ ପ୍ରକାରର ରାସାୟନିକ ପଦାର୍ଥ ରହିଥାଏ, ଯାହାକି ଶରୀର ପ୍ରତି ହାନିକାରକ ହୋଇଥାଏ । ଏହା ଯୋଗୁଁ କର୍କଟ ଭଳି ଭୟଙ୍କର ରୋଗ ହୋଇଥାଏ । ଏହା ଶରୀରର ଅନ୍ତନଳୀରେ ସମସ୍ୟା ସୃଷ୍ଟି କରିପାରେ । ଏହି ସମସ୍ୟା ନେଇ ନିକୋଲ ନିଜକୁ ଅସହାୟ ମନେ କରିଥାନ୍ତି । ତାଙ୍କ କହିବା ଅନୁଯାୟୀ ସେ ଅଭ୍ୟାସ ଛାଡିବା ପାଇଁ ବହୁବାର ଚେଷ୍ଟା କରିସାରିଛନ୍ତି । କିନ୍ତୁ ଆଯି ଯାଏଁ ସଫଳ ହୋଇପାରି ନାହାନ୍ତି । ନିକୋଲଙ୍କ ଘରର କାନ୍ଥର ପ୍ରାୟ ସ୍ଥାନ ଖାଲ ହୋଇଯାଇଛି । ଡାକ୍ତରମାନେ ନିକୋଲଙ୍କୁ ସ୍ପଷ୍ଟ କରିଦେଇଛନ୍ତି ଯେ ଯଦି ନିକୋଲ ତାଙ୍କର ଏହି ଅଭ୍ୟାସ ନଛାଡନ୍ତି, ତେବେ ଏହା ତାଙ୍କ ଜୀବନ ନେଇପାରେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *