ଶରୀରରେ ମହୁମାଛି ଚଢ଼ାଇ ଫଟୋସୁଟ୍ କଲେ ହଲିଉଡ୍ ଅଭିନେତ୍ରୀ

ନୂଆଦିଲ୍ଲୀ: ହଲିଉଡ ଅଭିନେତ୍ରୀ ଆଞ୍ଜେଲିନା ଜୋଲିଙ୍କ ବୋଲ୍ଡନେସ୍ ଏବଂ ସୌନ୍ଦର୍ଯ୍ୟ ପାଇଁ ସମସ୍ତେ ପାଗଳ । ବିଶେଷକରି ଝିଅମାନେ ତାଙ୍କ ପରି ସୁନ୍ଦର ଦେଖାଯିବା ପାଇଁ କସମେଟିକ୍ ସର୍ଜରୀ ପର୍ଯ୍ୟନ୍ତ କରିଥାନ୍ତି । ଆଞ୍ଜେଲିନାଙ୍କ ଫଟୋ ସୋସିଆଲ ମିଡିଆରେ ଆସିବା ମାତ୍ରେ ଭାଇରାଲ ହୋଇଯାଏ । ଆଜିକାଲି ଅଭିନେତ୍ରୀ ତାଙ୍କର ଏକ ବିଶେଷ ଫଟୋସୁଟ ପାଇଁ ଚର୍ଚ୍ଚାରେ ରହିଛନ୍ତି। ସେ ମହୁମାଛି ସହିତ ଫଟୋସୁଟ୍ କରିଛନ୍ତି ଯାହା ଭାଇରାଲ୍ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ବାସ୍ତବରେ, ଆଞ୍ଜେଲିନା ଜୋଲି ବିଶ୍ୱ ମହୁମାଛି ଦିବସରେ ଏକ ଫଟୋସୁଟ୍ କରିଥିଲେ । ଯେଉଁ ଫଟୋ ନ୍ୟାସନାଲ୍ ଜିଓଗ୍ରାଫିକ୍ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛି । ଏହି ଫଟୋଗୁଡ଼ିକରେ ଆଞ୍ଜେଲିନାଙ୍କ ଶରୀରରେ ମହୁମାଛି ଚଢିଥିବାର ଦେଖାଯାଇଛି । ଯାହା ତାଙ୍କ କାନ୍ଧ ଏବଂ ମୁହଁରେ ଚାଲୁଥିବାର ଦେଖାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ମହୁମାଛିମାନେ ଆଞ୍ଜେଲିନାଙ୍କ ଶରୀର ଉପରେ ୧୮ ମିନିଟ୍ ପର୍ଯ୍ୟନ୍ତ ଅଟକି ରହିଥିଲେ । ଏହି ସମୟରେ ଅଭିନେତ୍ରୀ ସ୍ଥିର ରହି ମୁଣ୍ଡ ଉପରକୁ ଓ ତଳକୁ କରୁଥିବା ଦେଖାଯାଇଛି । ମହୁମାଛି ପାଳକ ଏବଂ ଫଟୋଗ୍ରାଫରମାନେ କହିଛନ୍ତି ଯେ ମହୁମାଛିଙ୍କୁ ଶାନ୍ତ କରିବା ଏବଂ ଆଞ୍ଜେଲିନାଙ୍କ ଶରୀରରକୁ ନକାମୁଡିବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏହି ସୁଟ୍ ଅତି ସାବଧାନର ସହିତ ସମାପ୍ତ ହୋଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *