୧୪ ଦିନିଆ ବିଚାର ବିଭାଗୀୟ ହାଜତରେ କୋଟିପତି ଅଙ୍ଗନବାଡି ଦିଦି

ଭୁବନେଶ୍ୱର : ଆୟବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ବିଚରାର ବିଭାଗୀୟ ହାଜତକୁ ଯାଇଛନ୍ତି କୋଟିପତି ଅଙ୍ଗନବାଡି ଦିଦି । ବୁଧବାର ଭିଜିଲାନ୍ସ ଦ୍ୱାରା ଶେଷରେ ଗିରଫ ହୋଇଥିବା କୋଟିପତି ଅଙ୍ଗନବାଡି ଦିଦି କବିତା ମଥାନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ମଥାନଙ୍କଘରୁ ୪ କୋଟି ଟଙ୍କାର ଆୟବହିର୍ଭୂତସମ୍ପତ୍ତି ଜବତ କରାଯାଇଥିଲା । ଏହା ସହିତ ୧୦ଟି ସ୍ଥାନରେ ରେଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ତାଙ୍କର ୧୪ରୁ ଅଧିକ ପ୍ଲଟ ରହିଥିଲା । ମଙ୍ଗଳବାର ଠାରୁ ଭିଜିଲାନ୍ସର ରେଡ ଜାରି ରହିଥିବା ବେଳେ ବୁଧବାର ଦିନ ଏହି କୋଟିପତି ଦିଦିଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆସନ୍ତା ୨୮ ତାରିଖ ଯାଏଁ କବିତା ବିଚାର ବିଭାଗୀୟ ହାଜତରେ ରହିବେ । ତେବେ ଏହି ସମସ୍ତ ଅଭିଯୋଗକୁ ଦିଦି ଖଣ୍ଡନ କରିଛନ୍ତି । ଭୁବନେଶ୍ୱରରେ ତାଙ୍କର ଗୋଟିଏ ମାତ୍ର ଘର ରହିଥିବା ବେଳେ ସେ କେଶୁରାରେ ଜାଗା କିଣିଥିବା କହିଛନ୍ତି । ଏହା ସହିତ ତାଙ୍କ ନାମରେ ରହିଥିବା ଜମିବାଡି ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *