ଗଜପତିରେ ପୋଷ୍ଟର୍ ଲଗାଇଲା ଆନ୍ଧ୍ର

ପାରଳାଖେମୁଣ୍ଡି: ଓଡ଼ିଶା ସରକାର ଚେଇଁ ଶୋଇବା ନୀତିରେ ରହି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁ ନ ଥିବା ଯୋଗୁଁ ଓଡ଼ିଶା ମଧ୍ୟରେ ଆନ୍ଧ୍ରର ବେଆଇନ ଆବାଧ ପ୍ରବେଶ ସହ ଓଡ଼ିଶା ଦଖଲ ପାଇଁ ଆନ୍ଧ୍ର ବିଗତ ଦିନରେ ବହୁ ପ୍ରୟାସ କରିଛି । ସମ୍ପ୍ରତି ଗଜପତି ଜିଲ୍ଲାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସ ଜଗନଙ୍କ ଫଟୋଚିତ୍ର ଥାଇ ଆନ୍ଧ୍ର ସରକାରଙ୍କ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକ୍ରମର ପୋଷ୍ଟର ଲଗାଯାଇଛି । ଆନ୍ଧ୍ର ଏହି ପୋଷ୍ଟର ମାରି ଆଜିକୁ ୮ଦିନ ବିତିବାକୁ ଯାଉଥିଲା ସୁଦ୍ଧା ଓଡ଼ିଶା ସରକାରଙ୍କ କୌଣସି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିନାହାନ୍ତି । ଏନେଇ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସୂଚନା ଅନୁଯାୟୀ, ରାୟଗଡ଼ା ବ୍ଲକର ଗୁଡୁଖୁଡି ଓ ମାଣିକ ପାଟଣା ଗ୍ରାମରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସ ଜଗନଙ୍କ ଫଟୋଚିତ୍ର ଥାଇ ଆନ୍ଧ୍ର ସରକାଙ୍କ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମସ୍ତ ବିବରଣୀପୂୂର୍ଣ୍ଣ ପୋଷ୍ଟର ଲଗାଯାଇଛି ।

ଏହି ପୋଷ୍ଟର୍‌ଗୁଡ଼ିକୁ ଆନ୍ଧ୍ରର ଜଣେ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ଓ ସଶସ୍ତ୍ର ପୁଲିସ ମୁତୟନ ରହି ଉପରୋକ୍ତ ୨ଟି ଓଡ଼ିଶାର ଗ୍ରାମରେ ରହିଥିବା ଓଡ଼ିଶାବାସୀଙ୍କ ଘରର ସମ୍ମୁଖ ଭାଗରେ ବଳପୂର୍ବକ ଆନ୍ଧ୍ର ପୋଷ୍ଟର ଲଗାଇଛନ୍ତି । ଗୁଡୁଖୁଡି ଗ୍ରାମରେ ୨୪ଟି ଏବଂ ମାଣିକପାଟଣା ଗ୍ରାମରେ ୧୮ଟି ପୋଷ୍ଟର ଲଗାଯାଇଥିବା ସୂଚନା ମିଳିଛି । ଗୁଡୁଖୁଡୁ ଗ୍ରାମରେ ୮ଦିନ ତଳେ ଏହି ପୋଷ୍ଟର ଲଗାଯାଇଥିବା ବେଳେ ମାଣିକପାଟଣାରେ ଗତ ୩ଦିନ ହେଲା ଏହି ପୋଷ୍ଟର ଲାଗିଥିବା ଗ୍ରାମବାସୀ କହିଛନ୍ତି। ହେଲେ ଓଡ଼ିଶାର କୌଣସି ପଦାଧିକାରୀ କିମ୍ବା ଶାସନରେ ଥିବା ନେତା ମନ୍ତ୍ରୀ ସର୍ବୋପରି ମୁଖ୍ୟମନ୍ତ୍ରୀ ଏହା ବିରୁଦ୍ଧରେ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ଦୁଃଖ ଓ ପରିତାପର ବିଷୟ ବୋଲି ସେହି ଅଞ୍ଚଳର ଆଦିବାସୀ ନେତା ତଥା ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଯୀ ଉଦ୍‌ବେଗର ସହ ପ୍ରକାଶ କରି କହିଛନ୍ତି । ଆନ୍ଧ୍ରର ଏଭଳି ଦାଦାଗିରି ଓ ଓଡିଶା ମଧ୍ୟରେ ଅବାଧ ପ୍ରବେଶ କରି ପୋଷ୍ଟର ମାରିବା ଘଟଣାକୁ ଯଦି ଓଡ଼ଶା ସରକାର ହାଲ୍‌କା ଭାବି ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଧ୍ରର ଏଭଳି କାର୍ଯ୍ୟକ୍ରମ ଓଡ଼ିଶାରେ ଲାଗି ରହିବ । ସମୟ ଆସିବ ଆନ୍ଧ୍ର ଓଡ଼ିଶାକୁ ସମ୍ପୂର୍ଣ୍ଣ ଭାବେ ଗ୍ରାସ କରିବ । ତେଣୁ ବର୍ତ୍ତମାନଠାରୁ ଓଡ଼ିଶା ସରକାର ଚେଇଁ ଶୋଇବା ନୀତିକୁ ଛାଡ଼ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେ ଦାବି ଜଣାଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *