ଆନ୍ଧ୍ର : ବନ୍ୟାଜନିତ ମୃତ୍ୟୁସଂଖ୍ୟା ୩୧କୁ ବୃଦ୍ଧି, ୪୨ଟି ଟ୍ରେନ୍ ବାତିଲ

ଅମରାବତୀ: ଆନ୍ଧ୍ରପ୍ରଦେଶରେ ବିଗତ କିଛିଦିନ ଧରି ଲାଗି ରହିଥିବା ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ବନ୍ୟା ପ୍ରଭାବରେ ମୃତକଙ୍କ ସଂଖ୍ୟା ୩୧କୁ ବୃଦ୍ଧି ପାଇଥିବାବେଳେ ଶତାଧିକ ନିଖୋଜ ଅଛନ୍ତି । ବନ୍ୟା ଯୋଗୁଁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ସାଧାରଣ ଜୀବନଯାତ୍ରା ବିପର୍ଯ୍ୟସ୍ତ ହୋଇପଡିଛି । ବନ୍ୟାଜଳରେ ଏକାଧିକ ସଡକ ଓ ରେଳପଥ କ୍ଷତିଗ୍ରସ୍ତ ହୋଇଥିବାରୁ ଗମନାଗମନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି । ଚେନ୍ନାଇ-ବିଜୟୱାଡା ରୁଟ୍‌ର କେତେକ ସ୍ଥାନରେ ରେଳଧାରଣା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ରେଳବାଇ କର୍ତ୍ତୃପକ୍ଷ ୪୨ଟି ଟ୍ରେନ୍‌କୁ ବାତିଲ କରିଛନ୍ତି ।

ଏହାବ୍ୟତୀତ ଆଉ କେତେକ ଟ୍ରେନ୍‌ର ଗତିପଥ ମଧ୍ୟ ପରିବର୍ତ୍ତନ କରାଯାଇଛି । ସୋମଶିଳା ଜଳଭଣ୍ଡାରର ଜଳପତ୍ତନ ବିପଦ ସଙ୍କେତ ଉପରେ ରହିଥିବାରୁ ଏଥିରୁ ୨ ଲକ୍ଷ ଘନଫୁଟ ଜଳ ନିଷ୍କାସନ କରାଯାଇଛି । ଫଳରେ ତଳମୁଣ୍ଡରେ ଅବସ୍ଥିତ ନେଲୋର ଜିଲ୍ଲାରେ ଜୀବନଯାତ୍ରା ଏକପ୍ରକାର ଠପ୍ ହୋଇଯାଇଛି । ନେଲୋର-ବିଜୟୱାଡାକୁ ସଂଯୋଗ କରୁଥିବା ୧୬ ନମ୍ବର ଜାତୀୟ ରାଜପଥକୁ ବନ୍ଦ ରଖାଯାଇଛି । ଫଳରେ ଏହି ରାଜପଥର ଉଭୟପାଶ୍ୱର୍ରେ ଶତାଧିକ ଯାନବାହନ ଅଟକିଥିବା ଦେଖାଯାଇଛି ।

ବସ୍ ସେବା ରଦ୍ଦ କରାଯାଇଥିବାରୁ ନେଲୋର ବସ୍‌ଷ୍ଟାଣ୍ଡରେ ଶତାଧିକ ଯାତ୍ରୀ ଅଟକିଥିବା ଜଣାପଡିଛି । ବନ୍ୟା ଯୋଗୁଁ ଚିତୁର, କଡପ୍ପା, ନେଲୋର ଜିଲ୍ଲାରେ ନାହିଁନଥିବା କ୍ଷତି ଘଟିଛି । ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିବାବେଳେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *