ଦେଓମାଳି ଉପରେ ଆନ୍ଧ୍ର ଆଖି : ବିନା ସୂଚନାରେ କୋରାପୁଟରେ ଆନ୍ଧ୍ର ଅଧିକାରୀ

କୋରାପୁଟ: କୋଟିଆ ପରେ ଏବେ ଆନ୍ଧ୍ରର ନଜର ପଡ଼ିଛି ଦେଓମାଳି ଉପରେ । ଏଥିପାଇଁ ଆନ୍ଧ୍ର ଅଧିକାରୀ କୌଣସି ସୂଚନାବିନା ସଦଳବଳେ କୋଟିଆ ଗସ୍ତ କରିଛନ୍ତି । ବିଜୟନଗରମ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ, ପାର୍ବତୀପୁରମ ପିଏ ଆଇଟିଡିଏ, ସାଲୁର ମଣ୍ଡଳର ଅଧିକାରୀମାନେ ଶୁଙ୍କି ଦେଇ କୋଟିଆ ଗସ୍ତ କରିଥିବା ଜଣାଯାଇଛି। ସେମାନେ ଦେଓମାଳି ପରିଦର୍ଶନ କରିବା ପରେ କୋଟିଆର ବିବାଦୀୟ ଗ୍ରାମଗୁଡିକ ପରିଦର୍ଶନ କରିବେ ।

କୋରାପୁଟ ପ୍ରଶାସନକୁ ସୂଚନା ନଦେଇ ଆନ୍ଧ୍ରର ଅଧିକାରୀମାନେ ଦେଓମାଳିରେ ପ୍ରବେଶ କରିଛନ୍ତି । ଆନ୍ଧ୍ର ଅଧିକାରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଛି । କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି । ଆନ୍ଧ୍ର ପ୍ରଶାସନର କୌଣସି କାର୍ଯ୍ୟକ୍ରମ କୋଟିଆରେ କରାଇ ଦିଆଯିବ ନାହିଁ କହିଛନ୍ତି କୋରାପୁଟ ଜିଲ୍ଲାପାଳ ଅବଦାଲ ମହମ୍ମଦ ଅଖତର । ନିକଟରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଏଭଳି ଗସ୍ତ ଆନ୍ଧ୍ର କାର୍ଯ୍ୟାକଳାପକୁ ନେଇ ସନ୍ଦେହ ସୃଷ୍ଟିକରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *