ମାନୁନି ଆନ୍ଧ୍ର, ଓଡ଼ିଆ ଫଳକ ହଟାଇ ତେଲୁଗୁ ଲଗାଉଛି

ଭୁବନେଶ୍ୱର: ପୁଣି କୋରାପୁଟ ଜିଲ୍ଲା କୋଟିଆ ଠାରେ ଆନ୍ଧ୍ର ଓଡ଼ିଶା ପାଇଁ ଚ୍ୟାଲେଞ୍ଜ ସୃଷ୍ଟିକରିଛି । ୪ଟି ଗାଁରେ ପୁଣିଥରେ ଆନ୍ଧ୍ର ପକ୍ଷରୁ ତେଲୁଗୁ ଭାଷାରେ ଲିଖିତ ନାମଫଳକ ମରାଯାଇଛି । ସଲପଗୁଡ଼ା, ଡୋଳିଆମ୍ବ, ଫାଟୁସେନେରୀ ଆଦି ସ୍ଥାନରେ ଆନ୍ଧ୍ର ପକ୍ଷରୁ ଏହି ଫଳକ ଲଗାଯାଇଛି । କିଛିଦିନ ତଳେ ଓଡ଼ିଶା ଅଧିକାରୀ ଏବଂ ସ୍ଥାନୀୟ ନେତୃବୃନ୍ଦ ସ୍ଥାନୀୟ ଅଞ୍ଚଳରୁ ତେଲୁଗୁ ନାମ ଫଳକ ହଟାଇ ଓଡ଼ିଆ ଫଳକ ଲଗାଇଥିଲେ । ମାତ୍ର, ଆନ୍ଧ୍ର ପୁଣିଥରେ ମନମାନି କରି ସେସବୁକୁ ହଟାଇ ତେଲୁଗୁ ଫଳକ ଲଗାଇଛି । ଆଗକୁ ଏହି ଅଞ୍ଚଳରେ ଓଡ଼ିଶା ପକ୍ଷରୁ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଥିବା ବେଳେ ବର୍ତ୍ତମାନ ଆନ୍ଧ୍ରର ଏହି କାର୍ଯ୍ୟକଳାପ ପୁଣିଥରେ ନୂଆ ବିବାଦ ସୃଷ୍ଟିକରିଛି । ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ବେଆଇନ ଭାବେ ରାସ୍ତା ନିର୍ମାଣ, ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାପନ, ଭତ୍ତା ବଣ୍ଟନ ଆଦି କାର୍ଯ୍ୟ କରିବା ପରେ ଆନ୍ଧ୍ର ନିର୍ବାଚନ ମଧ୍ୟ କରାଇଥିଲା । ଏହାକୁ ନେଇ ଓଡ଼ିଶା ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ସୀମାନ୍ତରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଆନ୍ଧ୍ରକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ବାରମ୍ବାର ପଡ଼ୋଶୀ ରାଜ୍ୟ ଅନୁପ୍ରବେଶ କରି ଆସୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *