୧୧ ବର୍ଷର ହିନ୍ଦୁ ବାଳକକୁ ଯୌନ ନିର୍ଯାତନା ଦେଇ ନେଇଗଲେ ଜୀବନ

ଇସଲାମାବାଦ : ପାକିସ୍ତାନର ସିନ୍ଧୁ ପ୍ରଦେଶରେ ଜଣେ ୧୧ ବର୍ଷୀୟ ହିନ୍ଦୁ ବାଳକକୁ ଯୌନ ନିର୍ଯାତନା ଦେଇ ନିର୍ମମ ଭାବେ ହତ୍ୟା କରାଯାଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ବାଳକଟି ଶୁକ୍ରବାର ନିଖୋଜ ହୋଇଯାଇଥିଲା ଏବଂ ଶନିବାର ସିନ୍ଧୁ ପ୍ରଦେଶ ଅନ୍ତର୍ଗତ ଖଇରପୁର ମିର ଅଞ୍ଚଳର ବାବରଲୋଇ ଟାଉନରେ ଥିବା ଏକ ପରିତ୍ୟକ୍ତ ଘରୁ ତା’ର ମୃତ ଶରୀର ମିଳିଥିଲା । ବାଳକର ପରିବାର ସଦସ୍ୟମାନେ ଗୁରୁ ନାନକଙ୍କ ଜନ୍ମଦିନ ଉତ୍ସବରେ ବ୍ୟସ୍ତ ଥିବା ବେଳେ ପିଲାଟି କେତେବେଳେ କେମିତି କୁଆଡ଼େ ଚାଲିଗଲା କେହି ଜାଣିପାରି ନ ଥିଲେ । ପରଦିନ ୧୧ଟାରେ ତା’ର ମୃତଦେହ ମିଳିଲା ବୋଲି ପିଲାର ଜଣେ ସମ୍ପର୍କୀୟ ରାଜକୁମାର କହିଛନ୍ତି । ବାବରଲୋଇ ଥାନା ଅଧିକାରୀ କହିଛନ୍ତି ଯେ, ଦୁର୍ବୃତ୍ତମାନେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ୧୧ ବର୍ଷୀୟ ବାଳକକୁ ପ୍ରଥମେ ଯୌନ ନିର୍ଯାତନା ଦେବା ପରେ ତଣ୍ଟିଚିପି ହତ୍ୟା କରିଛନ୍ତି । ପୋଲିସ ତଦନ୍ତ କରି ଦୁଇଜଣଙ୍କୁ ଗିରଫ କରିଛି ଏବଂ ସେମାନେ ଅପରାଧ ସ୍ୱୀକାର କରିଛନ୍ତି ବୋଲି ଥାନା ଅଧିକାରୀ ପ୍ରକାଶ କରିଥିଲେ । କିଛି ସପ୍ତାହ ତଳେ ଜଣେ ହିନ୍ଦୁ ନାବାଳିକା ପ୍ରତି ସେହି ଅଞ୍ଚଳରେ ଅନୁରୂପ ଆଚରଣ କରାଯାଇ ହତ୍ୟା କରାଯାଇଥିଲା ବୋଲି ଶିଶୁ ସୁରକ୍ଷା ଅଧିକାରୀ ଜୁବେର ମାହାର କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *