ଅମୃତ-୨.୦ ଯୋଜନାର ଶୁଭାରମ୍ଭ : ୨୦୨୨ ଡିସେମ୍ବର ସୁଦ୍ଧା ସବୁ ଘରକୁ ବିଶୁଦ୍ଧ ପାଇପ୍ ପାଣି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଡିସେମ୍ବର ୨୦୨୨ ସୁଦ୍ଧା ସବୁ ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାଣି ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି ।
ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅମୃତ-୨.୦ ଓ ଏସବିଏମ୍‌ୟୁ-୨.୦ ଯୋଜନାର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଓଡ଼ିଶାରେ ଏସବୁ ଯୋଜନାର ସଫଳ କାର୍ଯ୍ୟକାରିତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସହରାଞ୍ଚଳରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ଓ ଆବର୍ଜନାମୁକ୍ତ କରିବା ପାଇଁ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି । ୨୦୧୫ରୁ କାର୍ଯ୍ୟକାରୀ ହୋଇଥିବା ‘ଅମୃତ ମିଶନ୍‌’ ଯୋଗୁଁ ରାଜ୍ୟରେ ୯ଟି ସହରରେ ପାନୀୟ ଜଳ ବ୍ୟବସ୍ଥାର ଉନ୍ନତି ଘଟିଛି । ପ୍ରତି ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ହେଉଛି । ଏଥିପାଇଁ ୧୬୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଅମୃତ ମିଶନ୍ କାର୍ଯ୍ୟକାରିତା ହେବା ପରେ ଓଡ଼ିଶା କ୍ରମାଗତ ଭାବେ ୩ ବର୍ଷ ଧରି ପ୍ରଥମ ସ୍ଥାନ ଅଧିକାର କରୁଛି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ୫-ଟି କାର୍ଯ୍ୟକ୍ରମରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନ୍ ଆରମ୍ଭ ହୋଇଛି । ସାରା ଦେଶରେ ପୁରୀ ପ୍ରଥମ ସହର ଭାବେ ପ୍ଲାଷ୍ଟିକମୁକ୍ତ ଓ ଡ୍ରିଙ୍କ୍ ଫ୍ରମ ଟ୍ୟାପ୍ ମିଶନ୍ କାର୍ଯ୍ୟକାରୀ ହୋଇଛି । ଫଳରେ ଲଣ୍ଡନ, ଟୋକିଓ, ସିିଙ୍ଗାପୁର ଓ ୟୁକେ ନଗର ସହ ପୁରୀ ସମାନ ହୋଇପାରିଛି । ସେହିପରି କଟକ, ଭୁବନେଶ୍ୱର ଓ ରାଉରକେଲା ସମେତ ୧୭ଟି ସହରରେ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍‌’ ମିଶନ କାର୍ଯ୍ୟକାରୀ ହେଉଛି । ଆବର୍ଜନାମୁକ୍ତ ପାଇଁ ୫୫ଟି ଟ୍ରିଟମେଣ୍ଟ ପ୍ଲାଣ୍ଟ ହୋଇଛି । ଏଥିରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନେ ସହଭାଗୀ ହୋଇଛନ୍ତି ।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ୨୦୨୨ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ଘରକୁ ବିଶୁଦ୍ଧ ପାଣି ଯୋଗାଇ ଦିଆଯିବ ନେଇ ଯେଉଁ ଟର୍ଗେଟ୍ କରାଯାଇଛି, ସେଥିରେ ଆମେ ନିଶ୍ଚିତ ସଫଳ ହେବୁ । ସେଥିପାଇଁ ତୃଣମୂଳସ୍ତରରେ ‘ଜଳସାଥୀ’ଙ୍କୁ ନିୟୋଜିତ କରାଯାଇଛି । ଅନ୍ୟପକ୍ଷରେ ରାଜ୍ୟର ସମସ୍ତ ୧୧୪ଟି ସହରାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ନିଜସ୍ୱ ବସୁଧା ଯୋଜନା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୨୭ଟି ସହରରେ ଶତ ପ୍ରତିଶତ ଘରକୁ ପାଇପ୍ ପାଣି ଯୋଗାଇ ଦିଆଯାଇଛି । ପାଇପ୍ ପାଣି ସହ ଆବର୍ଜନାମୁକ୍ତ ସହରାଞ୍ଚଳ ପାଇଁ ମଧ୍ୟ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *