ଭାରତରେ କାର ନିର୍ମାଣ ବନ୍ଦ କରିବ ଆମେରିକା

ନୂଆଦିଲ୍ଲୀ : ଆମେରିକାର ବଡ ମୋଟର ନିର୍ମାତା କମ୍ପାନୀ ଫୋର୍ଡ ଭାରତରେ କାର ନିର୍ମାଣ କରିବା ବନ୍ଦ କରିବ । କମ୍ପାନୀ ଦେଶରେ ନିଜର ଦୁଇଟି ପ୍ଲାଣ୍ଟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଫୋର୍ଡ ଏମିତି ନିଷ୍ପତ୍ତି ନେବା ପଛର କାରଣ କମ୍ପାନୀକୁ ସେତେଟା ଲାଭ ମିଳୁନାହିଁ । ଭାରତୀୟ ବଜାରରେ ଦୀର୍ଘ ସମୟ ଧରି ସଂଘର୍ଷ କରୁଥିବା ଫୋର୍ଡ ନିଜର କମ୍ପାନୀ ବନ୍ଦ କରିବା ପ୍ରକ୍ରିୟା ପ୍ରାୟ ଗୋଟିଏ ବର୍ଷ ଲାଗିବ । ହେଲେ ଆମେରିକା କାର ନିର୍ମାତାକାରୀ କମ୍ପାମୀ ଭାରତରେ ନିଜର କିଛି କାର ଆମଦାନୀ କରି ବିକ୍ରି କରିବା ଜାରି ରଖିବ । ଏଥିସହ ବର୍ତ୍ତମାନର ଗ୍ରାହକଙ୍କୁ ସେବା ଦେବା ପାଇଁ ଡିଲରଙ୍କୁ ମଧ୍ୟ ସହାୟତା ପ୍ରଦାନ କରିବ । କମ୍ପାନୀର ଏହି ନିଷ୍ପତ୍ତିର ପ୍ରଭାବ ୪୦୦୦ରୁ ଅଧିକ କର୍ମଚାରୀଙ୍କ ଉପରେ ପଡିବ । ହେଲେ କମ୍ପାନୀ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ଆସିନାହିଁ । ଫୋର୍ଡ ଭାରତରେ ଉତ୍ପାଦନ ବନ୍ଦ କରିବାର ଏକ ନବୀନତମ କାର ନିର୍ମାତାକାରୀ କମ୍ପାନୀ । କମ୍ପାନୀ ନିଜର ଚେନ୍ନାଇ ଓ ସାଣନ୍ଦ(ଗୁଜରାଟ)ରେ ସ୍ଥିତ ୟୁନିଟରେ ୨.୫ ଅରବ ଡଲାର ନିବେଶ କରିଛି । କମ୍ପାନୀ ବର୍ତ୍ତମାନ ଏହି ଦୁଇ ୟୁନିଟରୁ ଇକୋସ୍ପୋର୍ଟ, ଫିଗୋ ଓ ଏସ୍ପାୟର ପରି ଗାଡିର ବିକ୍ରି ବନ୍ଦ କରିବ । କମ୍ପାନୀ ଜୁଲାଇ ପର୍ଯ୍ୟନ୍ତ ନିଜର ୪,୫୦,୦୦୦ ଗାଡି ନିର୍ମାଣ କରିବାର କ୍ଷମତା ସହ ଚାଲୁଥିଲା । ନିଜର ମୋଡେଲଗୁଡିକୁ ସମଗ୍ର ଦୁନିଆରେ ୭୦ରୁ ଅଧିକ ବଜାରରେ ରପ୍ତାନୀ କରୁଥିଲା । ଫୋର୍ଡ କାରର ଦାମ ୭.୭୫ ଲକ୍ଷରୁ ୩୩.୮୧ ଲକ୍ଷ ଟଙ୍କା ରହିଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *