ଯାଉ ଯାଉ ତାଲିବାନକୁ ବଡ ଯନ୍ତ୍ରଣା ଦେଇ ଚାଲିଗଲା ଆମେରିକା

ନୂଆଦିଲ୍ଲୀ : ଆମେରିକା ସେନା ନିଜର ସମୟ ସୀମା ପୂର୍ବରୁ ଆଫଗାନିସ୍ତାନ ଛାଡି ଚାଲିି ଯାଇଛି । କାବୁଲରୁ ଆମେରିକାର ଶେଷ ବିମାନ ଉଡାଣ ଭରିବା ପରେ ତାଲିବାନ ଉତ୍ସବ ପାଳନ ଆରମ୍ଭ କରି ଦେଇଛି । ହେଲେ ଯାଉ ଯାଉ ଆମେରିକା ଆଫଗାନିସ୍ତାନର ତାଲିବାନ ସରକାରକୁ ଶକ୍ତ ଝଟକା ଦେଇ ଚାଲି ଯାଇଛି । ତାଲିବାନକୁ ଯନ୍ତ୍ରଣା ଦେଇ ଚାଲି ଯାଇଛି ଆମେରିକା । ଆମେରିକା ସେନା ସୋମବାର ଦେଶ ଛାଡିବା ପୂର୍ବରୁ କାବୁଲ ବିମାନ ବନ୍ଦରରେ ବଡ ସଂଖ୍ୟାରେ ଥିବା ବିମାନ, ସଶସ୍ତ୍ର ବାହାନ ଏପରିକି ହାଇଟେକ୍ ରକେଟ୍ ଡିଫେନ୍ସ ସିଷ୍ଟମକୁ ଅକାମୀ କରି ଦେଇଛି । ଆମେରିକା ଜେନେରାଲ ଏହାର ସୂଚନା ଦେଇଛନ୍ତି । ଆମେରିକାର ସେଣ୍ଟ୍ରାଲ କମାଣ୍ଡର ମୁଖିଆ ଜେନେରାଲ କେନେଥ ମ୍ୟାଙ୍କେଜି କହିଛନ୍ତି, ହାମିଦ କରଜଇ ବିମାନ ବନ୍ଦରରେ ଥିବା ୭୩ ବିମାନକୁ ସେନା ଅକାମୀ କରି ଦେଇଛି । ଏହାର ଅର୍ଥ ଏବେ ଏହି ସବୁ ବିମାନକୁ ବ୍ୟବହାର କରାଯାଇ ପାରିବ ନାହିଁ । ଏହି ବିମାନ ବର୍ତ୍ତମାନ ଆଉ କେବେ ବି ଉଡି ପାରିବ ନାହିଁ । ଏହାକୁ କେବେ ବି ସଞ୍ଚାଳିତ କରାଯାଇ ପାରିବ ନାହିଁ ।

ସେ କହିଛନ୍ତି, ଅଗଷ୍ଟ ୧୪ରେ ଉଦ୍ଧାର ଅଭିଯାନ ଆରମ୍ଭ କରି ଆମେରିକା ପ୍ରାୟ ୬୦୦୦ ସୈନିକଙ୍କୁ କାବୁଲ ବିମାନ ବନ୍ଦରରେ ମୁତୟନ କରିଥିଲା । ଏବେ ବିମାନ ବନ୍ଦରରେ ଥିବା ୭୦ ଏମଆରଏପି ସଶସ୍ତ୍ର ବାହାନକୁ ମଧ୍ୟ ନଷ୍ଟ କରି ଦିଆଯାଇଛି । ଏହି ଧରଣର ଗୋଟିଏ ବାହାନର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଡଲାର । ଏହା ବ୍ୟତୀତ ୨୭ ହମଭିଜ ବାହାନ ମଧ୍ୟ ଅକାମୀ କରି ଦିଆଯାଇଛି, ଯାହାକୁ କେବେ ମଧ୍ୟ ଆଉ ବ୍ୟବହାର କରାଯାଇ ପାରିବ ନାହିଁ । ଆଫଗାନିସ୍ତାନରେ ଆମେରିକା ରକେଟ୍, ଆର୍ଟିଲରୀ ଓ ମୋର୍ଟାର ନିରୋଧୀ ସି-ରାମ ସିଷ୍ଟମ ମଧ୍ୟ ମୁତୟନ କରିଥିଲା । ଏହାର ବ୍ୟବହାର ବିମାନ ବନ୍ଦରକୁ ରକେଟ୍ ହମଲାରୁ ରକ୍ଷା କରିବା ।

ଏହି ସିଷ୍ଟମ ଥିବା କାରଣରୁ ସୋମବାର ଇସଲାମିକ ଷ୍ଟେଟ ପକ୍ଷରୁ ୫ ରକେଟ୍ ଆକ୍ରମଣ ପରେ ମଧ୍ୟ କାବୁଲ ବିମାନ ବନ୍ଦର ସୁରକ୍ଷିତ ରହିଥିଲା । ମ୍ୟାଙ୍କେଜି କହିଛନ୍ତି, ଆମେ ଏହି ସିଷ୍ଟମକୁ ଆଫଗାନିସ୍ତାନରୁ ଅନ୍ତିମ ବିମାନ ଉଡାଣ ପର୍ଯ୍ୟନ୍ତ ବ୍ୟବହାର କରିଥିଲୁ । ଏହି ସିଷ୍ଟମକୁ ବ୍ରେକ୍ ଡାଉନ କରିବା ଏକ ଜଟିଳ ଏବଂ ସମୟ ସାକ୍ଷେପ ପ୍ରକ୍ରିୟା । ଏଥିପାଇଁ ଆମେ ଏହି ସିଷ୍ଟମକୁ ଅକାମୀ କରି ଦେଇଛୁ ଯଦ୍ୱାରା ଏବେ ଏହାକୁ କେହି ବ୍ୟବହାର କରି ପାରିବେ ନାହିଁ । ଆମେରିକା ମଙ୍ଗଳବାର ସମୟ ସୀମା ପୂର୍ବରୁ ନିଜର ସମସ୍ତ ସୈନିକ ପ୍ରତ୍ୟାବର୍ତ୍ତନର ସୂଚନା ଦେଇଛି । ଏଥିସହ ଯୁଦ୍ଧଗ୍ରସ୍ତ ଏହି ଦେଶରେ ପ୍ରାୟ ୨୦ ବର୍ଷ ଧରି ଆମେରିକା ସୈନ୍ୟ ଉପସ୍ଥିତି ସମାପ୍ତ ହୋଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *