ଅନଲାଇନରେ ନିଶା ବିକୁଛି ଆମାଜନ, ମଧ୍ୟପ୍ରଦେଶରୁ ବିଶାଖାପାଟ୍ଟଣମ ଲମ୍ବିଛି ଚେର୍

ନୂଆଦିଲ୍ଲୀ: ଧରା ପଡ଼ିଲା ଆମାଜନ । ଅନଲାଇନରେ ବିକୁଥିଲା ନିଶା ସାମଗ୍ରୀ । ଡିଜିଟାଲ୍ ଜମାନାରେ ଘରେ ବସି ଅର୍ଡର କଲେ ମିଳୁଛି ସବୁକିଛି । ମହୁଠୁ ମଦ ସବୁକିଛି ବିକ୍ରି ହେଉଛି ଅନଲାଇନରେ । ତେବେ ଗଞ୍ଜେଇ ଭଳି ନିଶାଦ୍ରବ୍ୟ ବିକ୍ରି ଆମ ଦେଶରେ ଆଇନସିଦ୍ଧ ନୁହେଁ । ତଥାପି ଆଇନ୍ ଆଖିରେ ଅଙ୍ଗୁଠି ଗେଞ୍ଜି ଅନଲାଇନରେ ଚାଲିଛି ଗଞ୍ଜେଇ ବେପାର । ଲୋକପ୍ରିୟ ସପିଂ ସାଇଟ୍ ଆମାଜନ ବିକୁଛି ଗଞ୍ଜେଇ ।

ଆମାଜନରେ ବିକ୍ରି ହେଉଛି ଗଞ୍ଜେଇ । ପୋଲିସ କଲା ପର୍ଦ୍ଦାଫାସ୍ । ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲା ପୋଲିସ ହାତରେ ଲାଗିଛି ପ୍ରମାଣ । ଆମାଜନ ବକ୍ସ ସହ ଓ ଟେପ୍ ସମତେ ବକ୍ସ ଭିତରେ ଥିବା ୨୧ କେଜି ୭୩୪ ଗ୍ରାମ୍ ଗଞ୍ଜେଇକୁ ଜବତ କରିଛି ଗୋହଦ ଚୌରହା ଥାନା ପୋଲିସ । ମାମଲାରେ ପୋଲିସ ଆମାଜନର କାର୍ଯ୍ୟକାରୀ ପ୍ରବନ୍ଧକଙ୍କ ବିରୋଧରେ ଏନଡିପିଏସ୍ ଧାରା ଲଗାଇଥିବା ବେଳେ ୩ ଜଣଙ୍କୁ ଗିରଫ କରିଛି । ଆମାଜନ ଅନଲାଇନ୍ କାର୍ଯ୍ୟକାରୀ ପ୍ରବନ୍ଧକଙ୍କ ଭୂମିକା ନେଇ ତଦନ୍ତ କରୁଛି ପୋଲିସ ।

ଆଶଙ୍କା କରାଯାଉଛି ଆମାଜନ ଅନଲାଇନ୍ କାର୍ଯ୍ୟକାରୀ ପ୍ରବନ୍ଧକ ଦେଶବ୍ୟାପୀ ମାଦକ ଦ୍ରବ୍ୟର ନେଟୱର୍କ ତିଆରି କରିଥିଲେ । ପୋଲିସ ତଦନ୍ତ ବେଳେ ତଥ୍ୟ ଆଧାରରେ କେତେକ ସହରରେ ରେଡ୍ କରିଛି । ମଧ୍ୟପ୍ରଦେଶରୁ ବିଶାଖାପାଟ୍ଟମ ଲମ୍ବିଛି ଚେର । ଗଞ୍ଜେଇ ଡେଲିଭରି କରିଥିବା ଶ୍ରୀନିବାସ ରାଓ ଓରଫ ବାସୁ, ଆମାଜନ ପିକଅପ୍ ବୟ ଜିରୁ କୁମାର ସ୍ୱାମୀ, କୃଷ୍ଣମ ରାଜୁ, ଆମାଜନ ଅନଲାଇନ୍ ଭ୍ୟାନ୍ ଡ୍ରାଇଭର ଚିପୁଋପଲ୍ଲି ଭେଙ୍କଟେଶ ରାଓଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଖସି ଯାଇଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *