ଆଜିଠୁ ଖୋଲିଲା କୋରାପୁଟ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଧର୍ମାନୁଷ୍ଠାନ

କୋରାପୁଟ: ଆଜିଠୁ ଖୋଲିଲା କୋରାପୁଟ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ । କରୋନା କଟକଣାକୁ ମାନି ମନ୍ଦିର ଖୋଲିବାକୁ ନିଷ୍ପତ୍ତି ଦେଇଛନ୍ତି ଜିଲ୍ଲାପାଳ । ହେଲେ ଗୁପ୍ତେଶ୍ୱର ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ଶ୍ରାବଣ ମାସରେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ରହିଛି । ତେବେ ଜିଲ୍ଲାର ବାକି ସମସ୍ତ ମନ୍ଦିର ଖୋଲା ରହିବ । ମନ୍ଦିରରେ ଠାକୁରଙ୍କ ଦର୍ଶନ କରିପାରିବେ ଭକ୍ତ । ହେଲେ ଭୋଗ ନନେବାକୁ ବାରଣ କରାଯାଇଛି । ମହିଳା ଓ ପୁରୁଷଙ୍କ ଅଲଗା ଅଲଗା ଧାଡ଼ି କରି ସାମାଜିକ ଦୂରତା ସହ ମାସ୍କ ପିନ୍ଧି ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରିପାରିବେ ଭକ୍ତ । କୋରାପୁଟ ସହ କେନ୍ଦ୍ରାପଡ଼ା ଓ ଯାଜପୁରରେ ମଧ୍ୟ ଧର୍ମାନୁଷ୍ଠାନ ଖୋଲିଥିବା ଦେଖାଯାଇଛି। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ଆଜିଠାରୁ ଖୋଲିବାକୁ ଅନୁମତି ଦିଆଯାଇଛି। ଏବେ ମନ୍ଦିର ଖୋଲିବାର ଅନୁମତି ମିଳିବା ପରେ କୋଭିର ଗାଇଡଲାଇନ ମାନି ଉଭୟ ସେବାୟତ ଓ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିବେ । ମା’ଙ୍କ ବେଢା ପରିକ୍ରମା ନକରି କେବଳ ମା’ଙ୍କୁ ଦର୍ଶନ କରି ଫେରିବେ । ମା’ଙ୍କ ମନ୍ଦିର ଖୋଲିବାକୁ ନେଇ ବେଶ ଖୁସି ଅଛନ୍ତି ଶ୍ରଦ୍ଧାଳୁ । ସେପଟରେ ମା’ଙ୍କ ବେଢା ପରିସରରେ ବିଭାହ କାର୍ଯ୍ୟକୁ ମଧ୍ୟ ବାରଣ କରିଛି ଜିଲ୍ଲା ପ୍ରଶାସନ । କରୋନା ପାଇଁ ଭକ୍ତଙ୍କ ଦର୍ଶନ ବନ୍ଦ ଥିବା ବେଳେ ଆଜିଠାରୁ ମା’ଙ୍କ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ସକାଳ ୬ଟାରୁ ରାତି ୮ ଟା ପର୍ଯ୍ୟନ୍ତ ଭକ୍ତମାନେ ମା’ଙ୍କ ଦର୍ଶନ କରିପାରିବେ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବା ବେଳେ ଅନେକ କଟକଣା ଜାରି କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *