ଅଲକାଏଦା ନେତା ଜୱାହିରି ଜୀବିତ!

ଲଣ୍ଡନ: ଓସାମା ବିନ୍ ଲାଡେନ୍‌ର ମୃତ୍ୟୁପରେ ଅଲକାଏଦା ଆତଙ୍କବାଦୀ ସଂଗଠନର ନେତୃତ୍ୱ ନେଇଥିବା ଐମନ୍ ଅଲ୍‌-ଜୱାହିରି ଜୀବିତ ଥିବା ଜଣାପଡିଛି । ସେପ୍ଟେମ୍ବର ୧୧ରେ ଆମେରିକା ଉପରେ ଅଲକାଏଦା ଆକ୍ରମଣର ୨୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଜୱାହିରି ଭାଷଣ ଦେଉଥିବାର ଏକ ଭିଡିଓ ଜାରି କରାଯାଇଛି । ୬୦ ମିନିଟର ଏହି ଭିଡିଓକୁ ଅଲକାଏଦାର ପ୍ରସାର ଦାୟିତ୍ୱ ବହନ କରୁଥିବା ଆସ୍‌-ସହାବ୍ ସଂଗଠନ ପକ୍ଷରୁ ରିଲିଜ୍ କରାଯାଇଛି । ଏହି ଭିଡିଓ ବାର୍ତ୍ତାର ଶୀର୍ଷକ ‘ଜେରୁଜେଲମ ଇହୁଦୀଙ୍କ ନିୟନ୍ତ୍ରଣରେ ରହିବ ନାହିଁ’ ରଖାଯାଇଥିଲା । ୨୦୧୧ରେ ଆମେରିକୀୟ କମାଣ୍ଡୋଙ୍କ ଦ୍ୱାରା ଲାଡେନ୍ ନିହତ ହେବାପରଠାରୁ ଜୱାହିରି ଅଲକାଏଦା ସଂଗଠନର ନେତୃତ୍ୱ ନେଇଆସୁଛି । ୨୦୦୧ ପରଠାରୁ ଆଫଗାନିସ୍ତାନରେ ଆମେରିକା ଆକ୍ରମଣ ଜାରି ରଖିଥିବାବେଳେ ଅସୁସ୍ଥତା ଯୋଗୁଁ ଜୱାହିରି ପ୍ରାଣ ହରାଇଛି ବୋଲି କିଛି ବର୍ଷ ପୂର୍ବେ ସମ୍ବାଦ ପ୍ରସାରିତ ହୋଇଥିଲା । ତେବେ ଏହାର ସତ୍ୟତା ନେଇ କୌଣସି ସଠିକ୍ ପ୍ରମାଣ ମିଳିନଥିଲା ।

ଜୱାହିରି ଅଧିକାଂଶ ସମୟ ଅଣ୍ଡର ଗ୍ରାଉଣ୍ଡ ରହୁଥିବାବେଳେ ଆମେରିକା ଓ ପାଶ୍ଚାତ୍ୟ ସହଯୋଗୀ ରାଷ୍ଟ୍ରଗୁଡିକ ତା’ର ମୃତ୍ୟୁ ସମ୍ବାଦକୁ ସତ ବୋଲି ଏକପ୍ରକାର ଗ୍ରହଣ କରିନେଇଥିଲେ । ବର୍ତ୍ତମାନ ସାନି ଭିଡିଓ ସାର୍ବଜନୀନ ହେବାପରେ ଜୱାହିରିର ମୃତ୍ୟୁ ସମ୍ବାଦ ଏକ ଗୁଜବ ଥିଲା ବୋଲି ବିଶ୍ୱ ମାନବାକୁ ବାଧ୍ୟ ହୋଇଛି । ଏହି ଭିଡିଓରେ ଜୱାହିରି ଅଲକାଏଦା ସଂଗଠନର ଭବିଷ୍ୟତ କ’ଣ ହେବ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିବାବେଳେ ଆମେରିକା ବିପକ୍ଷରେ ଲଢେଇ କରି ପ୍ରାଣ ହରାଇଥିବା ୧୯ ତୁଙ୍ଗ ଅଲକାଏଦା ଯୋଦ୍ଧାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିବା ଜଣାପଡିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *