ବଜାରରେ ହ୍ୟୁଣ୍ଡାଇ ଅଲକାଜାରର

ଭୁବନେଶ୍ୱର : ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲି. ଭାରତର ପ୍ରଥମ ସ୍ମାର୍ଟ ମୋବିଲିଟି ସମାଧାନ ପ୍ରଦାନକାରୀ କମ୍ପାନୀ ପକ୍ଷରୁ ହ୍ୟୁଣ୍ଡାଇ ଅଲକାଜାରର ପ୍ରତୀକ ପ୍ରଦର୍ଶନ କରାଯାଇଛି । ବଜାର ପ୍ରବେଶ ହେବାକୁ ଥିବା ଏହି ୬ ଏବଂ ୭ ସିଟର ପ୍ରିମିୟମ ଏସ୍‌ୟୁଭିର ପ୍ରଦର୍ଶନ ବିଶନଗଡ଼ ସ୍ଥିତ ଆଲିଆ ଫୋର୍ଟଠାରେ ସମ୍ପନ୍ନ ହୋଇଛି । ଏହି ଅବସରରେ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌ର ଏମ୍‌ଡି ତଥା ସିଇଓ ଏସ୍‌ଏସ୍ କିମ୍ କହିଲେ, ଗ୍ରାହକଙ୍କ ଆବଶ୍ୟକତାକୁ ହୃଦୟଙ୍ଗମ କରି ଆମର ଆର୍‌ଆଣ୍ଡ୍‌ଡି କେନ୍ଦ୍ର ନିରନ୍ତର ଉଦ୍ୟମ ଅବ୍ୟାହତ ରଖିଛି । ଏହାର ଫଳ ସ୍ୱରୂପ ହ୍ୟୁଣ୍ଡାଇ ଅଲକାଜାର ନିର୍ମିତ ହେବାକୁ ଯାଉଛି । ଏହା ମେକ୍ ଇନ୍ ଇଣ୍ଡିଆ ଲକ୍ଷ୍ୟକୁ ପୂରଣ କରିବାକୁ ସକ୍ଷମ ହେବ । ଏହା ଆମ ଗ୍ରାହକଙ୍କ ପାଇଁ ବହୁବିଧ ସୁବିଧା ସୁଯୋଗ ସୃଷ୍ଟି କରିବାକୁ ସକ୍ଷମ ହେବ । ଅଲକାଜାରରେ ବିଶ୍ୱସ୍ତରୀୟ ଡିଜାଇନିଂକୁ ଅନ୍ତର୍ଭୁକ୍ତ କରାଯିବ । ଏଥିରେ ବିକଶିତ ସୁରକ୍ଷା ଜ୍ଞାନକୌଶଳକୁ ପ୍ରାଥମିକତା ପ୍ରଦାନ କରାଯିବ । ଏଥିରେ ୭୫.୬ ପ୍ରତିଶତ ସୁଦୃଢ଼ ଶକ୍ତିଶାଳୀ ଷ୍ଟିଲର ବ୍ୟବହାର କରାଯିବ । ଏଥିରେ ବିକଶିତ ଇଞ୍ଜିନ୍ ରୁମ୍‌, ବି-ପିଲାର, ଡି-ପିଲାର ଆଦି ବୈଶିଷ୍ଟ୍ୟ ରହିଛି । ଏହା ଯାନର ସ୍ଥାୟିତ୍ୱ ବୃଦ୍ଧି କରିବାକୁ ସକ୍ଷମ ହେବ । ସେହିପରି ଏଥିରେ ଥିବା ହଟ୍ ଷ୍ଟାମ୍ପିଂ କନେକ୍ଟିଭିଟିକୁ ବଳିଷ୍ଠ କରି ଗଢ଼ିତୋଳିବ । ଏହାର ନୂଆ ମଡେଲକୁ ଥ୍ରୀଡି ଶପ୍‌ରେ ସମ୍ପନ୍ନ କରାଯାଇଛି । ଥାର୍ଡ ଜେନେରେଶନ୍ ନ୍ୟୁ ୨.୦ ଲିଟର ପେଟ୍ରୋଲ ଇଞ୍ଜିନ ୧୦ ସେକେଣ୍ଡରେ ଏହାର ଗତିକୁ ଘଣ୍ଟା ପ୍ରତି ଶୂନରୁ ୧୦୦ କିଲୋମିଟରକୁ ବଢ଼ାଇ ଦେଇଥାଏ । ଏଥିରେ ୬-ସ୍ପିଡ୍ ଅଟୋମେଟିକ୍ ଟ୍ରାନ୍ସମିଶନ ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *