ଅଜୟ ମହାନ୍ତି (କୁନିଆ) ନାଉଗାଁ’ ବ୍ଲକ୍ ସାଂସଦ ପ୍ରତିନିଧି

ଜଗତସିଂହପୁର : ନାଉଗାଁ ବ୍ଲକ୍‌ର ସାଂସଦ ପ୍ରତିନିଧି ଭାବେ ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ବରିଷ୍ଠ ବିଜେଡି ସଙ୍ଗଠକ ଅଜୟ କୁମାର ମହାନ୍ତି(କୁନିଆ)ଙ୍କୁ ନିଯୁକ୍ତି ମିଳିଛି । ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ୍‌, ଶ୍ରୀ ମହାନ୍ତିଙ୍କୁ ବ୍ଲକ୍‌ର ସମସ୍ତ ଦଳୀୟ ବ୍ୟାପାର ଓ ସାଙ୍ଗଠନିକ କାର୍ଯ୍ୟ ସହ ଉନ୍ନୟନ କାର୍ଯ୍ୟ ତଦାରଖ ଦାୟିତ୍ୱ ଦେଇଛନ୍ତି । ଶ୍ରୀ ମହାନ୍ତି ଜଣେ ଦକ୍ଷ ସଙ୍ଗଠକ ଭାବରେ ଅଞ୍ଚଳରେ ପରିଚିତ । ୨୦୦୦ମସିହାରୁ ନାଉଗାଁ ବ୍ଲକ୍‌ରେ ବିଜେଡି ସଙ୍ଗଠନକୁୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଥିବା ଶ୍ରୀ ମହାନ୍ତି ତତ୍କାଳୀନ ବରିଷ୍ଠ ନେତା ସ୍ୱର୍ଗତ ବିଷ୍ଣୁ ଦାସଙ୍କ ଅତ୍ୟନ୍ତ ଅନୁଗତ ଭାବେ ବେଶ୍ ଜଣାଶୁଣା ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶ୍ରୀ ମହାନ୍ତିଙ୍କ ନୂତନ ନିଯୁକ୍ତିକୁ ବିଭିନ୍ନମହଲରୁ ସ୍ୱାଗତ କରାଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ବରିଷ୍ଠ କର୍ମୀ ଦିବାକର ଲେଙ୍କା, ଶିବଚରଣ ଲେଙ୍କା, ଜନ୍ମେଞ୍ଜୟ ନାୟକ, ବିକ୍ରମ କିଶୋର ସାହୁ, ଗୋପାଳ ସାହାଣୀ, ଜୟଶ୍ରୀ ରାୟ, ତିଲ ଭାଇ(ଗୋଠଦା), ପଞ୍ଚାନନ ଦାସ, ଶିବପ୍ରସାଦ ନାୟକ, ବିପିନ ବେହେରା, କେଦାର ନାୟକ, ଅଶୋକ ମହାନ୍ତି, ହଡ଼ା ଭାଇ, ଗଜି ଦାସ, ଭାଗବତ ମହାପାତ୍ର, ରାଜକିଶୋର ବେହେରା, ତରଣୀସେନ ବିଶ୍ୱାଳ, ସୁକାନ୍ତ କୁମାର ଲେଙ୍କା, ଟୁଲୁପ୍ରସାଦ ଲେଙ୍କା ଏବଂ ‘ବିଜୁପ୍ରେମୀ’ର ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତରାୟ ପ୍ରମୁଖ ଅଜୟଙ୍କ ନିଯୁକ୍ତିକୁ ସ୍ୱାଗତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *