କେହି ଜାଣିପାରିଲେନି, ବିମାନରେ ମୁମ୍ବାଇରୁ ଆବୁଧାବିରେ ଯାଇ ପହଞ୍ଚିଲେ କୁଲି

ମୁମ୍ବାଇ: ବିମାନ ଉଡ଼ାଣ ସମୟରେ କିଛି ଏମିତି ଘଟଣା ଘଟିଥାଏ, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥାଏ । ଏବେ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେତେବେଳେ ଜଣେ କୁଲିଙ୍କ ନିଦ ପାଇଁ ସେ ମୁମ୍ବାଇରୁ ଯାଇ ଆବୁଧାବିରେ ପହଞ୍ଚିଯାଇଛନ୍ତି । ଏହି ଘଟଣା ରବିବାର ଘଟିଛି । ରବିବାର ଭୋର ପ୍ରାୟ ୩ଟାବେଳେ ଇଣ୍ଡିଗୋ ବିମାନ ୬ଇ-୧୮୩୫ ମୁମ୍ବାଇରୁ ଆବୁଧାବି ଅଭିମୁଖେ ଯାତ୍ରା କରିବାକୁ ନିର୍ଦ୍ଧାରିତ ହୋଇଥିଲା । ଆଉ ଏଥିରେ ଲଗେଜ ଲୋଡ଼ କରିବାକୁ ଜଣେ କୁଲି ଯାଇଥିଲେ । ବିମାନର କାର୍ଗୋ କମ୍ପାର୍ଟମେଣ୍ଟରେ ଲଗେଜ ଲୋଡ଼ କରିବା ପରେ ତାଙ୍କୁ ନିଦ ଆସିଯାଇଥିଲା । ଆଉ ସେ ସେଠାରେ ଶୋଇପଡ଼ିଥିଲେ । ତେବେ ସେ ଲଗେଜ କମ୍ପାର୍ଟମେଣ୍ଟରେ ଶୋଇଥିବା କଥା କେହି ଜାଣିପାରିନଥିଲେ ଓ ବିମାନ ନିର୍ଦ୍ଧାରିତ ସମୟରେ ଉଡାଣ କରିଥିଲା ।

ବିମାନଟି ଯେତେବେଳେ ଆବୁଧାବିରେ ପହଞ୍ଚିଥିଲା, ସେତେବେଳେ କୁଲି ଜଣକ ବିମାନରେ ଥିବାର ଜଣାପଡିଥିଲା । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ର ଅଧିକାରୀମାନେ ଏହି ଘଟଣା ବାବଦରେ ସୂଚନା ଦେଇ କହିଛନ୍ତି ଯେ ମୁମ୍ବାଇ ବିମାନବନ୍ଦରରୁ ବିମାନଟି ଉଡ଼ାଣ କରିବା ପରେ କାର୍ଗୋ କବାଟ ବନ୍ଦ ହୋଇଯାଇଥିଲା ଏବଂ ଶ୍ରମିକ ଜଣକ ବାହାରି ପାରିନଥିଲେ । ବିମାନଟି ଅବତରଣ କରିବା ପରେ ଆବୁଧାବି ବିମାନବନ୍ଦରର ଅଧିକାରୀମାନେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଶ୍ରମିକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଏବଂ ତାଙ୍କର ଅବସ୍ଥା ସ୍ଥିର ଓ ସ୍ୱାଭାବିକ ଥିବା ଜଣାପଡିଥିଲା । ଡିଜିସିଏର ପରିଚାଳନା ନିର୍ଦ୍ଦେଶକ ଅରୁଣ କୁମାର କହିଛନ୍ତି ଯେ ଆବୁଧାବିରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ପାଇବା ପରେ ତାଙ୍କୁ ଯାତ୍ରୀଙ୍କ ସହ ସମାନ ବିମାନରେ ମୁମ୍ବାଇ ପଠାଯାଇଥିଲା । ବର୍ତ୍ତମାନ ଏହି ଘଟଣାରେ କିଛି କର୍ମଚାରୀଙ୍କୁ ଡ୍ୟୁଟିରୁ ହଟାଇ ଦିଆଯାଇଛି । ଏଥି ସହିତ, ଇଣ୍ଡିଗୋ ମୁଖପାତ୍ର କହିଛନ୍ତି ଯେ ଏହି ଘଟଣା ବାବଦରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *