ବିମାନ ଚଳାଚଳ ଆରମ୍ଭ କରିବାକୁ ଭାରତକୁ ଅନୁରୋଧ କଲା ତାଲିବାନ

ନୂଆଦିଲ୍ଲୀ: ଅଗଷ୍ଟ ୧୫ରେ ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନ । ଏହା ପରେ ପରେ କାବୁଲ ଏୟାରସ୍ପେସ ବନ୍ଦ ହେବାରୁ ସବୁ ଦେଶ କାବୁଲକୁ ବିମାନ ଉଡ଼ାଣ ରଦ୍ଦ କରିଥିଲେ । ଏବେ ଆଫଗାନିସ୍ତାନରେ ତାଲିବାନ ସରକାର ଗଢ଼ିବା ପରେ ପୁଣି ଥରେ ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ବିଭିନ୍ନ ଦେଶକୁ ପ୍ରସ୍ତାବ ଦେବା ଆରମ୍ଭ କରିଛି । କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ଭାରତ ସରକାରଙ୍କୁ ଚିଠି ଲେଖିଛି ତାଲିବାନ । ଭାରତ-ଆଫଗାନିସ୍ତାନ ମଧ୍ୟରେ ବିମାନ ଚଳାଚଳ ପୁଣି ଥରେ ଆରମ୍ଭ କରିବା ପାଇଁ ତାଲିବାନ ଭାରତ ସରକାରଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି । ବେସାମରିକ ବିମାନ ଚଳାଚଳର ମହାନିର୍ଦ୍ଦେଶକ ଅରୁଣ କୁମାରଙ୍କୁ ଦିଆଯାଇଥିବା ଏହି ଚିଠିକୁ ଆଫଗାନିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର କାର୍ଯ୍ୟକାରୀ ମନ୍ତ୍ରୀ ଅଲହାଜ ହେମିଦୁଲ୍ଲା ଅଖୁନଜାଦା ଲେଖିଛନ୍ତି । ଅଖୁନଜାଦା ଲେଖିଛନ୍ତି ଯେ, “ଆପଣ ଭଲ ଭାବରେ ଜାଣିଛନ୍ତି କି ଆମେରିକୀୟ ସୈନ୍ୟଙ୍କ ପ୍ରତ୍ୟାହାର ପୂର୍ବରୁ କାବୁଲ ବିମାନବନ୍ଦର କ୍ଷତିଗ୍ରସ୍ତ ହୋଇଥିଲା । ହେଲେ ଏବେ ଆମର କତାର ଭାଇଙ୍କ ବୈଷୟିକ ସହାୟତା ଦ୍ୱାରା ବିମାନବନ୍ଦର ପୁଣି ଥରେ କାର୍ଯ୍ୟକ୍ଷମ ହୋଇଛି ଏବଂ ଏ ବାବଦରେ ଏକ ନୋଟିସ୍ ସେପ୍ଟେମ୍ବର ୬, ୨୦୨୧ରେ ଜାରି କରାଯାଇଥିଲା । ଏହି ଚିଠିର ଉଦ୍ଦେଶ୍ୟ ହେଉଛି ସ୍ୱାକ୍ଷରିତ ଏମଓୟୁ ଉପରେ ଆଧାର କରି ଦୁଇ ଦେଶ ମଧ୍ୟରେ ଯାତ୍ରୀବାହୀ ଯାତାୟାତକୁ ବଜାୟ ରଖିବା । ତେଣୁ ଆଫଗାନିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଆପଣଙ୍କୁ ପୁଣି ଥରେ ବିମାନ ଚଳାଚଳ ଆରମ୍ଭ କରିବାକୁ ଅନୁରୋଧ କରୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *