ଅଫଗାନ ମାନଙ୍କୁ ଏକେ-୪୭ରେ ମାଡ଼ ମାରୁଛନ୍ତି ତାଲିବାନି ଆତଙ୍କୀ

କାବୁଲ: ତାଲିବାନ ମାନେ ପୂରା ଆଫଗାନିସ୍ତାନକୁ ଅକ୍ତିଆରକୁ ନେଇଯାଇଛନ୍ତି । ପୂରା ଦେଶ ଏବେ ଆତଙ୍କବାଦୀଙ୍କ ହାତ ମୁଠାରେ । ଆଫଗାନିସ୍ତାନ ସମ୍ପର୍କିତ ଅନେକ ଭିଡିଓ ଏବେ ସୋସିଆଲ ମିଡିଆେରେ ଭାଇରାଲ୍ ହେଉଛି, ଯେଉଁଥିରୁ କୁହାଯାଇପାରିବ ଯେ, ସେମାନଙ୍କ ଅତ୍ୟାଚାର କିପରି ରହିଛି । ଏହା ଭିତରେ ଅତ୍ୟାଚାରର ଆଉ ଏକ ଖବର ଶୁଣିବାକୁ ମିଳୁଛି । କାବୁଲ ଏୟାରପୋର୍ଟକୁ ଯିବାକୁ ଦେଉନାହାନ୍ତି ତାଲିବାନ ଆତଙ୍କୀ । ଲୋକମାନଙ୍କ ପାଖରେ ସବୁ ଡକ୍ୟୁମେଣ୍ଟ ଥାଇ ମଧ୍ୟ ଦେଶ ଏୟାରପୋର୍ଟ ଭିତରକୁ ପ୍ରବେଶ କରିବାକୁ ଦିଆଯାଉନାହିଁ । ଓଲଟି ସେମାନଙ୍କୁ ଏକେ-୪୭ ରେ ପିଟୁଛନ୍ତି ଏହି ନିର୍ଦ୍ଦୟୀ ଆତଙ୍କବାଦୀ ମାନେ । ଆଫଗାନିସ୍ତାନ୍ରର ଲୋକମାନେ ତାଲିବାନୀଙ୍କ ଠାରୁ ମୁକ୍ତି ପାଇବା ପାଇଁ ଅନ୍ୟ ଦେଶକୁ ଯିବାକୁ ଚେଷ୍ଟା କରୁଛନ୍ତି । ଏଭଳି ପରିସ୍ଥିତିରେ ସାଧାରଣ ନାଗରିକ ମାନେ ଏୟାରପୋର୍ଟ କୁ ଦୌଡ଼ି ଆସୁଛନ୍ତି । ଅଫଗାନ୍ ନାଗରିକ ମାନଙ୍କ ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ, ତାଲିବାନ ମାନେ ଏୟାରପୋର୍ଟରେ ଫାଙ୍କା ଗୁଳି ଚାଳନା କରିଛନ୍ତି ଏବଂ ସେଠାକୁ ଆସୁଥିବା ଲୋକମାନଙ୍କୁ ପିଟୁଛନ୍ତି । ସେମାନେ ହାତରେ ନୁହେଁ ଏକେ-୪୭ ରେ ନୀରିହ ଲୋକମାନଙ୍କୁ ମାଡ଼ ମାରୁଛନ୍ତି । ଏନେଇ ଅନ୍ତର୍ଜାତୀୟ ମିଡିଆ ରିପୋର୍ଟରୁ ଖବର ପ୍ରକାଶ ପାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *