ଆଫଗାନିସ୍ତାନ ଲୋକଙ୍କ ପାଇଁ ଔଷଧ ପଠାଇଲା ଭାରତ

ନୂଆଦିଲ୍ଲୀ : ଆଫଗାନିସ୍ତାନକୁ ମାନବୀୟ ସହାୟତା ପଠାଇଛି ଭାରତ । ଗତକାଲି କାବୁଲରୁ ୯୪ ଆଫଗାନ ଶିଖ ଓ ହିନ୍ଦୁ ଏବଂ ୧୦ ଜଣ ଭାରତୀୟଙ୍କୁ ନେଇ ଆସିଥିବା ସ୍ୱତନ୍ତ୍ର ବିମାନ ଔଷଧ ଓ ଡାକ୍ତରୀ ଉପକରଣ ସହ କାବୁଲ ଫେରିଯାଇଛି । କାବୁଲରେ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧିକାରୀମାନଙ୍କୁ ଏହି ଔଷଧ ହସ୍ତାନ୍ତର କରାଯିବ । ଏହି ବିମାନରେ ଭାରତ ସରକାରଙ୍କ ପକ୍ଷରୁ ମୋଟ ୧.୬ ମେଟ୍ରିକ ଟନ ଜୀବନ ରକ୍ଷାକାରୀ ଔଷଧ ରହିଛି । ଭାରତର ଏହି ସହାୟତାକୁ ନୂଆଦିଲ୍ଲୀରେ ଥିବା ଆଫଗାନ ରାଷ୍ଟ୍ରଦୂତ ପ୍ରସଂଶା କରିବା ସହ ଆଫଗାନିସ୍ତାନ ଲୋକଙ୍କ ପାଇଁ ଭାରତର ଲୋକଙ୍କ ଉପହାର ବୋଲି କହିଛନ୍ତି । ଗତ ଅଗଷ୍ଟ ମାସରେ ତାଲିବାନ ଦ୍ୱାରା ଆଫଗାନିସ୍ତାନ ଦଖଲ ପରେ ପ୍ରଥମ ଥର ପାଇଁ ଭାରତ ପକ୍ଷରୁ ମାନବୀୟ ସହାୟତା ପଠାଯାଇଛି । ଆଫଗାନିସ୍ତାନର ତାଲିବାନ ସରକାରକୁ ଭାରତ ଏପର୍ଯ୍ୟନ୍ତ ସ୍ୱୀକୃତି ଦେଇନଥିଲେ ବି ମାନବୀୟ ସହାୟତା ଦେବାକୁ ପୂର୍ବରୁ ଘୋଷଣା କରିଥିଲା । ଆଗାମୀ ଦିନରେ ଆଫଗାନିସ୍ତାନକୁ ପ୍ରାୟ ୫୦ ହଜାର ଟନ ଗହମ ଯୋଗାଇବାକୁ ଭାରତ ପ୍ରତିଶ୍ରୁତି ଦେଇଛି । ପାକିସ୍ତାନ ବାଟ ଦେଇ ସଡ଼କ ପଥରେ ଏହି ଗହମ ଆଫଗାନିସ୍ତାନକୁ ଯିବ । ଗତକାଲି ଆସିଥିବା ବିମାନରେ ୧୦୪ ଜଣ ଲୋକଙ୍କ ବ୍ୟତୀତ କାବୁଲର ଆଶାମାଇ ମନ୍ଦିରରେ ଥିବା କେତେକ ଦୂର୍ଲଭ ହିନ୍ଦୁ ଧର୍ମଶାସ୍ତ୍ର ଓ ଶିଖମାନଙ୍କ ପବିତ୍ର ଧର୍ମଗ୍ରନ୍ଥ ଗୁରୁଗ୍ରନ୍ଥ ସାହେବକୁ ଭାରତ ଅଣାଯାଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *