ଆର୍ôଥକ ସଙ୍କଟ : ଆଫଗାନିସ୍ତାନରେ ବାପା-ମା’ କମ ବୟସ ଝିଅଙ୍କୁ ବିବାହ ନାମରେ ବିକ୍ରି କରି ଦେଉଛନ୍ତି

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ ଶାସନକୁ ୧୦୦ ଦିନ ପୂରି ସାରିଛି । ଆଫଗାନିସ୍ତାନରେ ଲୋକଙ୍କ ସାମ୍ନାରେ ଆର୍ôଥକ ସଙ୍କଟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ପରିସ୍ଥିତିରେ, ବର୍ତ୍ତମାନ ବେକାର ଏବଂ ଋଣଗ୍ରସ୍ତ ଲୋକମାନଙ୍କ ସାମ୍ନାରେ କେବଳ ଦୁଇଟି ରାସ୍ତା ରହିଛି । ଗୋଟିଏ ଭୋକିଲା ରହିବାର କଷ୍ଟକୁ ସହିବେ ନଚେତ ନିଜର ଝିଅଙ୍କୁ ବିବାହ କରାଇବେ । ଏହାବଦଳରେ ସେମାନେ କିଛି ଅର୍ଥ ପାଇବେ । ରାଜଧାନୀ କାବୁଲର ଫଜଲ ନାମକ ଜଣେ ବ୍ୟକ୍ତି କହିଛନ୍ତି ଯେ, ଗତ ମାସରେ ତାଙ୍କର ଦୁଇ ଝିଅଙ୍କୁ ବିବାହ ଦେଇଛନ୍ତି । ଯାହାଙ୍କୁ ସେ ବିବାହ ଦେଇଛନ୍ତି ସେମାନେ ତାଙ୍କ ଝିଅର ବୟସରୁ ଦୁଇଗୁଣା ବଡ଼ ରହିଛନ୍ତି ।

ଏହାବଦଳରେ ତାଙ୍କୁ ୩,୦୦୦ ଡଲାର ମିଳିଥିଲା । ସେ କହିଛନ୍ତି, ‘ଯଦି ଏହି ଟଙ୍କା ବି ଶୀଘ୍ର ଶେଷ ହୋଇଯାଏ, ତେବେ ତାଙ୍କୁ ହୁଏତ ତାଙ୍କର ସାତ ବର୍ଷର ଝିଅକୁ ବି ବିବାହ କରିବାକୁ ପଡିବ । ପରିବାର ଚଳାଇବା ଏବଂ ଋଣ ପରିଶୋଧ କରିବା ପାଇଁ ତାଙ୍କ ପାଖରେ ଅନ୍ୟ କୌଣସି ଉପାୟ ନଥିଲା । ତାଙ୍କ ସାନ ଝିଅଙ୍କୁ ଏତେ କମ ବୟସରୁ ବିବାହ ନଦେବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବେ । ମହିଳା ଅଧିକାର ପାଇଁ କାର୍ଯ୍ୟ କରୁଥିବା କାର୍ମକର୍ତ୍ତାଙ୍କ ଅନୁଯାୟୀ, ପ୍ରାୟ ୧୦୦ ଦିନ ପୂର୍ବେ ତାଲିବାନ ଅଗଷ୍ଟ ୧୫ରେ କ୍ଷମତାକୁ ଆସିବା ପରେ ଦେଶରେ ଦାରିଦ୍ର‌୍ୟତା ବୃଦ୍ଧି ପାଇବା ସହିତ ବାଲ୍ୟ ବିବାହ ମାମଲା ବଢ଼ି ଚାଲିଛି । କେବଳ ଏତିକି ନୁହେଁ, ଗରିବ ଲୋକମାନେ ଆଗାମୀ ଦିନରେ ଟଙ୍କା ପାଇଁ ନିଜ ଝିଅଙ୍କୁ ବିବାହ କରାଇବେ ବୋଲି ପ୍ରତିଶୃତି ବି ଦେଇଛନ୍ତି । ଗରିବ ଲୋକେ ବିବାହ ନାମରେ ଟଙ୍କା ପାଇଁ ନିଜ ଝିଅଙ୍କୁ ବିକ୍ରି କରି ଦେଉଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *