ସୋସିଆଲ ମିଡିଆରେ ନିଆଁ ଲଗାଉଛି ଅଦାଙ୍କ ଗ୍ଲାମରସ୍ ଲୁକ୍

ମୁମ୍ବାଇ : ବଲିଉଡ୍ ଅଦା ଶର୍ମାଙ୍କୁ ତ ଆପଣ ମାନେ ଜାଣିଥିବେ । ନିଜର ବୋଲ୍ଡ ଏବଂ ହଟ୍ ଅନ୍ଦାଜରେ ଫ୍ୟାନ୍ସ ମାନଙ୍କୁ ସବୁବେଳେ ପାଗଳ କରନ୍ତି । ସେ ସୋସିଆଲ ମିଡିଆରେ ବି ବେଶ୍ ସକ୍ରିୟ । ପ୍ରତିଦିନ ନିଜ ଫ୍ୟାନ୍ସ ମାନଙ୍କ ମନୋରଞ୍ଜନ ପାଇଁ ସେ ଫଟୋ ହେଉ କି ଭିଡିଓ ହେଉ, କିଛି ନା କିଛି ସେ ନିଶ୍ଚୟ ଭାବେ ସେୟାର କରନ୍ତି । ନିକଟରେ ଅଦା କିଛି ଫଟୋ ଇନଷ୍ଟାଗ୍ରାମ ପେଜ୍ ରେ ସେୟାର କରିଛନ୍ତି ଯେଉଁଥିରେ ସେ ପୁରା ଗ୍ଲାମରସ୍ ଅବତାରରେ ନଜର ଆସିଛନ୍ତି । ଫଟୋରେ ଅଦା ଗୋଟିଏ ଗ୍ରେ କଲର୍ ର ଡ୍ରେସ୍ ପିନ୍ଧିଛନ୍ତି ଏବଂ ହାତରେ ଗୋଟିଏ ବକ୍ସିଂ ଗ୍ଳୋବସ୍ ପିନ୍ଧିଥିବା ଦେଖିବାକୁ ମିଳିଛି । 

ଅଦା ରେଡ୍ କଲର୍ ଗ୍ଲୋବସ୍ ପିନ୍ଧି ଏକଦନ୍ ବକ୍ସିଂ କରିବା ମୁଡ୍ ରେ ଥିବା ଦେଖିବାକୁ ମିଳିଛି । ଏହି ଫଟୋ କୁ ସେୟାର କରି ଅଦା ଲେଖିଛନ୍ତି ଯେ, ଗୋ କରୋନା । ଫଟୋକୁ ଏବେ ୨ ଲକ୍ଷରୁ ଅଧିକ ଲାଇନ୍ ମିଳିସାରିଛି । ତାଙ୍କ ଏହି ଫଟୋ ରେ ସେ ଦେଖାବାକୁ ଚାହୁଁଛନ୍ତି ଯେ, ସେ ରେଡ୍ ବକ୍ସିଂ ଗ୍ଲୋବ୍ ରେ କରୋନା ସହ ଲଢ଼ୁଛନ୍ତି । ଏଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ଫଟୋକୁ ସେୟାର କରିବା ପରେ ଫ୍ୟାନ୍ସ ମାନେ ତାଙ୍କୁ ସୋସିଆଲ ମିଡିଆର କୁଇନ୍ ବୋଲି କହିବା ଆରମ୍ଭ କରିଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *