ଅଭିନୟ ଭାଷାରେ ସୀମିତ ହେବା ଉଚିତ୍‌ ନୁହେଁ : ରକୁଲ

ମୁମ୍ବାଇ  : ‘ୟାରିଆଁ ‘ ଫିଲ୍ମ ଯୋଗେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ରକୁଲ ପ୍ରିତସିଂହ । ବଲିଉଡ୍‌ରେ କାମ କରିବା ପରେ ରକୁଲ୍‌ଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢିଯାଇଥିଲା । ଏହା ପରେ ସେ ୪ବର୍ଷ ବଲିଉଡ୍‌ରୁ ବ୍ରେକ୍‌ ନେଇ ସାଉଥ୍‌ ଫିଲ୍ମରେ କାମ କରୁଥିଲେ । ସାଉଥରେ ଅନେକ ହିଟ୍‌ ଫିଲ୍ମ ଦେଇଥିବା ରକୁଲଙ୍କୁ ନିକଟରେ ଏକ ସାକ୍ଷାତକାରରେ ପଚରାଯାଇଥିଲା ଯେ, ହିନ୍ଦୀ ଓ ସାଉଥ ଫିଲ୍ମରେ କାମ କରିବା ସମୟରେ ଭାଷାକୁ ନେଇ ତାଙ୍କୁ କୌଣସି ସମସ୍ୟା ହୋଇଛି କି ନାହିଁ । ଏନେଇ ରକୁଲ କୁହନ୍ତି, ମୁଁ ଭାଷାକୁ ନେଇ କୌଣସି ସମସ୍ୟାର ସମ୍ମୁଖୀନ ହୋଇନାହିଁ । କାରଣ ଅଭିନୟ ଭାଷାରେ ସୀମିତ ହେବା ଉଚିତ୍‌ ନୁହେଁ । ବର୍ତ୍ତମାନ ମୋତେ ଅନେକ ବ୍ୟବସାୟିକ ଫିଲ୍ମ କରିବାର ଅଛି । ଏହା ସହିତ ବଲିଉଡ୍‌ରେ ଭଲ ଭାବେ ନାଚ-ଗୀତ ବାକି ରହିଯାଇଛି । ମୁଁ କାମ କରିବାକୁ ପସନ୍ଦ କରେ । ତେଣୁ ଉଭୟ ସାଉଥ ଓ ବଲିଉଡ୍‌ରେ ମୋତେ ଭାରସାମ୍ୟ ରଖିବା କାଏଦା ଖୁବ୍‌ ଭଲଭାବେ ଜଣା । ପରିଶ୍ରମ ଯୋଗୁଁ ହିଁ ବ୍ୟକ୍ତି ତା’ ଜୀବନରେ ସବୁକିଛି କରିବାକୁ ସକ୍ଷମ ହୋଇଥାଏ । ଫିଲ୍ମ ଦୁନିଆର ଆଉଟସାଇଡର ଇନସାଇଡର କୌଣସି ପ୍ରଶ୍ନ ନଥାଏ । ବରଂ ଯାହାଙ୍କ ପାଖରେ ପ୍ରତିଭା ଖୁନ୍ଦି ହୋଇ ରହିଛି ସେ ଆଗକୁ ବଢିବା ଥୟ । ଏହା ସହିତ ପରିଶ୍ରମୀ ଓ ପ୍ରତିଭାଶାଳୀ ଲୋକ ହୋଇଥିଲେ ସୁଯୋଗ ଆପେ ଆପେ ଆସିବ ବୋଲି କୁହନ୍ତି ରକୁଲ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *