ରହସ୍ୟରେ ସୌମ୍ୟଙ୍କ ମୃତ୍ୟୁ : ପାରଳାଖେମୁଣ୍ଡିରେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ACF ସୋମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବେଳକୁ ବେଳ ନେଉଛି ନୂଆ ମୋଡ଼ । ସୌମ୍ୟଙ୍କ ପରିବାର ଲୋକ ବୋହୂ ବିଦ୍ୟାଙ୍କୁ ଆଙ୍ଗୁଳି ଦେଖାଉଥିବାବେଳେ, ପତ୍ନୀ ବିଦ୍ୟାଙ୍କ ବୟାନ ଆଉ କିଛି ସନ୍ଦେଶ ଦେଉଛି । ସ୍ୱାମୀ ସୌମ୍ୟ ଅନ୍ୟ ଝିଅଙ୍କ ସହ ସମ୍ପର୍କରେ ଥିବା ନେଇ ଆଜି ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି ବିଦ୍ୟା ଭାରତୀ  । ସେପଟେ ପାରଳାଖେମୁଣ୍ଡିରେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ପହଁଚିଛି । ତଦନ୍ତରେ ପାରଳାଖେମୁଣ୍ଡି ପୋଲିସକୁ ସହଯୋଗ କରିବା ପାଇଁ ଡିଏସପି ବିଜୟ ମଲିକଙ୍କ ନେତୃତ୍ବରେ ପାରଳାଖେମୁଣ୍ଡିରେ ଗଜପତି ଏସପି ଙ୍କୁ ସାକ୍ଷାତ କରି ଏସମ୍ପର୍କରେ ଆଲୋଚନା କରିଛନ୍ତି । ଘଟଣାର ଗଭିରତାର ଦୃଷ୍ଟିରେ ରଖି ତଦନ୍ତକୁ ଜୋରଦାର କରିବା ପାଇଁ ସହଯୋଗ କରିବ ଏହି ଟିମ୍ । ଘଟଣାସ୍ଥଳ ଅନୁଧ୍ୟାନ କରିବା ପରେ ବର୍ତ୍ତମାନ ସୁଦ୍ଧା ପୋଲିସ ନିକଟରେ ରହିଥିବା ଦସ୍ତାବିଜ ଓ ପ୍ରମାଣକୁ ଆଧାର କରି ତଦନ୍ତ ଅଗ୍ରସର ହେବ । କିନ୍ତୁ ତଦନ୍ତକାରୀ ଅଧିକାରୀଙ୍କ ସହ ଆଲୋଚନା ପରେ ତଦନ୍ତର ଦିଗ ଜଣାପଡିବ ବୋଲି କହିଛନ୍ତି ଡିଏସପି ବିଜୟ କୁମାର ମଲିକ । ଅନ୍ୟପଟେ ଦ୍ୱିତୀୟ ଦିନରେ ଆଜି ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିଛି ପାରଳା ପୋଲିସ । ଏଥିସହ ତାଙ୍କ ବାପା ଓ ମା’ଙ୍କୁ ମଧ୍ୟ ପଚରାଉଚରା କରାଯାଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *