୧୭ ବର୍ଷ ତଳର ଡବଲ ମର୍ଡର ଘଟଣା, ଅପରାଧୀ ଗିରଫ

କେରଳ : ୧୭ ବର୍ଷ ପୂର୍ବରୁ କେରଳରେ ଚହଳ ପକାଇଥିବା ଏକ ଡବଲ ମର୍ଡର ଘଟଣାରେ ପୋଲିସ ଏବେ ଘଟଣାରେ ସମ୍ପୃକ୍ତ ଅପରାଧୀକୁ ଧରିବାରେ ସକ୍ଷମ ହୋଇଛି । ଥିରୁଅନନ୍ତପୁରମର କେନ୍ଦ୍ରୀୟ ଜେଲରେ ଅନ୍ୟ ସାଥୀ କଏଦୀଙ୍କ ସହ କଥାବାର୍ତ୍ତା ସମୟରେ, ଜୟନନ୍ଦନ ନାମରେ ପରିଚିତ ୫୩ ବର୍ଷୀୟ ଜଣେ ଲୋକ ୧୭ ବର୍ଷ ପୂର୍ବରୁ ଦୁଇଜଣକୁ ହତ୍ୟା କରିଥିବା ବିଷୟରେ ସ୍ୱୀକାର କରିବାପରେ ପୋଲିସ ଜୟନନ୍ଦନକୁ ଗିରଫ କରିଛି । ୮ ଜଣଙ୍କ ହତ୍ୟା ମାମଲାରେ ପୋଲିସ ଜୟନନ୍ଦନକୁ ଉଚ୍ଚ ସୁରକ୍ଷା ମଧ୍ୟରେ ଥିରୁଅନନ୍ତପୁରମର ଏକ ଜେଲରେ ରଖିଥିଲା । ସେ ୨୦୦୩ ରୁ ୨୦୦୬ ମଧ୍ୟରେ ୮ଜଣଙ୍କୁ ହତ୍ୟା କରିଥିଲା । ପୁଥେନଭେଲିକ୍କାରା ବେବି ହତ୍ୟାକାଣ୍ଡରେ ଜୟନନ୍ଦନକୁ ଯେତେବେଳେ ନିର୍ଦୋଷରେ ଖଲାସ କରାଗଲା ସେତେବେଳେ ସେ ଖୋଲିକି ୧୭ ବର୍ଷ ପୂର୍ବରୁ ପନେକ୍କରାରେ ଦୁଇ ଜଣଙ୍କୁ ହତ୍ୟା କରିଥିବା ବିଷୟରେ ୨ ଜଣ ସାଥୀ କଏଦୀଙ୍କୁ କହିଥିଲା । ମେ’ ୩,୨୦୦୪ ମସିହାରେ ଜୟନନ୍ଦନ ଗୋଟିଏ ପରିବାରର ୨ ଜଣଙ୍କୁ ହତ୍ୟା କରିଥିଲା ।

ନାନିକୁଟ୍ଟିୟାମାଲ (୭୫) ଓ ତାଙ୍କ ଭଉଣୀଙ୍କ ପୁଅ ନାରାୟଣ ଆୟର(୬୦) ଙ୍କୁ ସେ ହତ୍ୟା କରିବା ପରେ ପାଖାପାଖି ୩୫୨ ଗ୍ରାମ ସୁନା ଓ ୧୫ ଗ୍ରାମ ରୁପା ମୁଦ୍ରା ଚୋରାଇ ନେଇଥିଲା । ନାନିକୁଟ୍ଟିୟାମାଲଙ୍କୁ ଯୋନ ନିର୍ଯାତନା ଦିଆଯାଇଥିଲା ଓ ତାଙ୍କ ଦେହରେ ୧୨ଟି କ୍ଷତ ଥିଲା । ନାରାୟଣ ଆୟରଙ୍କ ଖପୁରୀ ଆଘାତପ୍ରାପ୍ତ ହୋଇଥିଲା ଓ ତାଙ୍କ ଶରୀରରେ ୯ଟି କ୍ଷତ ହୋଇଥିଲା । ଏହି ଦୁଇଜଣଙ୍କୁ ଖଣ୍ଡାଦ୍ୱାରା ହତ୍ୟା କରାଯାଇଥିଲା । ଏହି ମାମଲାରେ କାଲାମାସେରୀ ପୋଲିସ ପ୍ରଥମେ ତଦନ୍ତ ଆରମ୍ଭ କରିଥିଲା ଓ ପରେ କ୍ରାଇମବ୍ରାଞ୍ଚକୁ ମାମଲାକୁ ହସ୍ତାନ୍ତର କରାଯାଇଥିଲା । ଜୟନନ୍ଦନକୁ ଏହି ମାମଲାରେ ପରଚାଉଚୁରା କରାଯାଇଥିଲା କିନ୍ତୁ ଡବଲ ମର୍ଡରରେ ସମ୍ପୃକ୍ତି ବିଷୟରେ ପୋଲିସ କୌଣସି ପ୍ରମାଣ ପାଇପାରି ନଥିଲା । ଏହି ଘଟଣାରେ ଦୁଇଜଣ ପ୍ରତ୍ୟକ୍ଷଦର୍ଶୀ ଥିଲେ । ସେମାନେ ଅପରାଧ ଦିନ ଜୟନନ୍ଦନକୁ ଅପରାଧ ଘଟିଥିବା ଅଞ୍ଚଳରେ ଦେଖିଥିଲେ । ହେପାଜତରେ ନେବାପରେ କ୍ରାଇମବ୍ରାଞ୍ଚ ଜୟନନ୍ଦନଠାରୁ ବୟାନ ରେକର୍ଡ କରିବ । ପୋଲିସ ଜୟନନ୍ଦନର ଦାବି ବିଷୟରେ ଜାଣିବା ପାଇଁ ତାର ଡିଏନଏ ପରୀକ୍ଷା କରିପାରେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *