ଟ୍ରକକୁ ଧକ୍କା ଦେଲା କାର୍, ଆଖି ବୁଜିଲେ ୩ ଯୁବକ

ବାଲେଶ୍ୱର: ଶୁକ୍ରବାର ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ଏଥିରେ ୩ ଜଣ ଯୁବକ ପ୍ରାଣ ହରାଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା ଚାଲିଥିବା ଜଣାଯାଇଛି। ମିଳିଥିବା ସୂଚନା ମୁତାବକ, ୧୬ନମ୍ବର ଏନଏଚର ବାଲେଶ୍ୱର ସ୍ଥିତ ବାମପଦା ଛକ ଠାରୁ କିଛି ଦୂର ତାରିଣୀ ମନ୍ଦିର ନିକଟରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ମୃତକମାନଙ୍କ ପରିଚୟ ମିଳିପାରି ନଥିବା ବେଳେ ଆହତ ଦୁଇଜଣ ହେଲେ ଶରତ ଦାସଙ୍କ ପୁଅ ଅଭିଷେକ ଦାସ(୨୬) ଓ କରୁଣାକର ମହାନ୍ତିଙ୍କ ପୁଅ ସୁନୀଲ କୁମାର ମହାନ୍ତି(୨୯)। ସମସ୍ତେ ମୟୁରଭଞ୍ଜ ଜିଲ୍ଲା ବାରିପଦା ଅଞ୍ଚଳର। ସେମାନେ ମୟୁରଭଞ୍ଜରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ତେବେ ଶିଳ୍ପାଞ୍ଚଳ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାଗ୍ରସ୍ତ କାର(ଓଡି-୧୧ଏମ-୩୮୨୦)ଟିକୁ ଜବତ କରାଯାଇଥିବା ନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *