ଜାମ୍ମୁ କାଶ୍ମୀରରେ ସଡ଼କ ଦୁର୍ଘଟଣା: ଚାଲିଗଲା ୮ଜୀବନ, ୧୨ ଆହତ

ନଗର : ଜାମ୍ମୁ କାଶ୍ମୀରର ଡୋଡା ଠାରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା । ଚାଲିଗଲା ୮ ଜଣଙ୍କ ଜୀବନ । ଆଜି ଥାତ୍ରି-ଡୋଡା ରୋଡରେ ଥିବା ସୁଇ ଗାୱାରୀରେ ଏକ ସଡ଼କ ଦୁର୍ଘଟଣାରେ ୮ ଜଣ ପ୍ରାଣ ହରାଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ମିନିବସ୍ ଥାତ୍ରିରୁ ଦୋଡା ଅଭିମୁଖେ ଯାତ୍ରା କରୁଥିଲା । ହେଲେ ସୁଇ ଗାୱାରୀ ନିକଟରେ ନିୟନ୍ତ୍ରଣ ହରାଇ ଖାଇକୁ ଖସି ପଡ଼ିଥିଲା ବସ୍ । ବର୍ତ୍ତମାନ ସମୟରେ ଆହତମାନଙ୍କୁ ଚିକିତ୍ସା ପାଇଁ ଡୋଡା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ଆମ୍ବୁଲାନ୍ସର ସହିତ ଅନେକ ସଂଖ୍ୟାରେ ଫୋର୍ସ ମୁତୟନ ହୋଇଛନ୍ତି । ସ୍ଥାନୀୟ ବାସିନ୍ଦା ମଧ୍ୟ ଉଦ୍ଧାର କାର୍ଯ୍ୟରେ ସୁରକ୍ଷା ବାହିନୀକୁ ସାହାଯ୍ୟ କରୁଛନ୍ତି । ସଡକ ଦୁର୍ଘଟଣାରେ ସମ୍ପର୍କରେ ଜାଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟ୍ୱିଟର ଆକାଉଣ୍ଟରୁ ଏକ ଟୁଇଟ୍ କରିଛନ୍ତି । ଜାମ୍ମୁ କାଶ୍ମୀରର ଡୋଡା- ଥାତ୍ରି ନିକଟରେ ସଡ଼କ ଦୁର୍ଘଟଣାରେ ଅତ୍ୟନ୍ତ ଦୁଃଖଦ ବୋଲି ଲେଖିଛନ୍ତି । ଏହାସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏଥିସହ ଆହତଙ୍କୁ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି ମୋଦି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *