ହୃଦୟଥରା ସଡ଼କ ଦୁର୍ଘଟଣା, ଚାଲିଗଲା ୫ ଜୀବନ

ରାଜଗଡ଼: ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାରେ ଆଜି ଏକ ହୃଦୟଥରା ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୫ ଜଣ ଆଖି ବୁଜିଥିବା ବେଳେ ୨ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦ୍ରୁତ ଗତିରେ ଆସୁଥିବା ଅଟୋ ରିକ୍ସା ଓଲଟିବା ପରେ ଗୋଟିଏ ଜିପ୍ ରେ ଧକ୍କା ହେବାଫଳରେ ଏହି ସଡ଼କ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, କୋତୱାଲୀ ପୋଲିସ୍ ଷ୍ଟେସନ୍ ଅଞ୍ଚଳରେ ଥିବା ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଅଟୋ ରିକ୍ସା ଗୋଟିଏ ଜିପ୍ ସହିତ ଧକ୍କା ହେବାଫଳରେ ଏହି ଘଟଣା ଘଟିଛି । ଯାଞ୍ଚରୁ ଜଣାପଡ଼ିଛି ଯେ, ରିକ୍ସାର ସ୍ପିଡ୍ ଖୁବ୍ ଅଧିକ ଥିଲା । ଏହି ସମୟରେ ସାମନାକୁ ଏକ କୁକୁର ଆସିଯାଇଥିଲା । ଯାହାପରେ ଉକ୍ତ କୁକୁରକୁ ବଞ୍ଚାଇବାକୁ ଯାଇ ଅଟୋ ଡ୍ରାଇଭର୍ ଗାଡ଼ିକୁ ନିୟନ୍ତ୍ରଣ କରିପାରିନଥିଲା । ଏହି ସମୟରେ ଅଟୋରେ ବସିଥିବା ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି ଓ ଘଟଣାର ତଦନ୍ତ ଆରମ୍ଭ କରୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *