ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜୀବନ୍ତ ଜଳିଗଲେ ୫ଜଣ

ରାଞ୍ଚି : ଝାଡଖଣ୍ଡର ରାମଗଡ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୫ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏକ ବସ ଓ କାର ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ପରେ ଅଗ୍ନିକାଣ୍ଡ ଘଟି ୫ ଜଣଙ୍କ ଜୀବନ ଚାଲି ଯାଇଛି । ସୂଚନା ଅନୁଯାୟୀ, ସକାଳେ ଝାଡଖଣ୍ଡର ରାମଗଡ ବୋକାରୋ ୨୩ ନମ୍ବର ଜାତୀୟ ରାଜପଥରେ ଏକ କାର ଓ ବସ ମଧ୍ୟରେ ଖୁବ ଜୋରରେ ଧକ୍କା ହୋଇଥିଲା । ଏହାପରେ ବସଟି କାର ଉପରେ ଚଢିଯାଇଥିଲା । ହଠାତ ବସରେ ନିଆଁ ଲାଗି ଏହା କାରକୁ ବ୍ୟାପି ଯାଇଥିଲା । ଫଳରେ କାରରେ ଥିବା ୫ ଜଣ ଯାତ୍ରୀ ଜୀବନ୍ତ ଜଳି ଯାଇଥିଲେ । ସମସ୍ତ ମୃତକ ବିହାରର ବୋଲି ଜଣାପଡିଛି । ମୃତକଙ୍କ ଶରୀର ଅଧିକାଂଶ ପୋଡି ଯାଇଥିବାରୁ ଏଯାଏଁ ସଠିକ ପରିଚୟ ମିଳିପାରି ନାହିଁ । ଏହାସହ ବସରେ ଥିବା ଅଧିକାଂଶ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ଖବର ପାଇ ଅଗ୍ନିଶମବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ବସରେ ଫସିରହିଥିବା ଯାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଦମକଳ କର୍ମଚାରୀ ନିଆଁ ଲିଭାଇଛନ୍ତି । ମୃତକଙ୍କ ମଧ୍ୟରେ ଦୁଇ ପୁରୁଷ, ଦୁଇ ମହିଳା ଏବଂ ଜଣେ ନାବାଳକ ଅଛନ୍ତି ବୋଲି ପୋଲିସ ଅଧିକାରୀ କହିଛନ୍ତି । ସମସ୍ତେ ବିହାର ପାଟଣାର ଥିଲେ ଏବଂ ସେମାନଙ୍କ ଠିକଣା ଏବଂ ଅନ୍ୟାନ୍ୟ ବିବରଣୀ ପୋଲିସ ଜାଣିବାକୁ ଚେଷ୍ଟା କରୁଛି । ଦୁର୍ଘଟଣାର କାରଣ ଅନୁସନ୍ଧାନ କରାଯାଉଥିବା ସେ କହିଛନ୍ତି । ଏ ନେଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *