ତାରିଣୀ ଦର୍ଶନ ସାରି ଫେରୁଥିବାବେଳେ ପିଟିଦେଲା ଅଜଣା ଗାଡି, ତିନି ମୃତ

ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିବାବେଳେ ପିଟିଦେଲା ଅଜଣା ଗାଡି। ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭ ଜଣ ଆହତ ଅବସ୍ଥାରେ ଡାକ୍ତରଖାନରେ ଭର୍ତ୍ତି ହୋଇଛନ୍ତି । ଖୋର୍ଦ୍ଧା ବାଣପୁର ବେଲପଡ଼ା ବାଇପାସ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ରେ ଡ୍ରାଇଭରଙ୍କ ସମେତ ୧୮ଜଣ ତୀର୍ଥଯାତ୍ରୀ ଘଟଗାଁ ତାରିଣୀ ମନ୍ଦିର ଦର୍ଶନ ସାରି ଫେରୁଥିବାବେଳେ ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ଜିଲ୍ଲା ବେଲପଡ଼ା ବାଇପାସ୍‌ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲା। ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯ ଜଣଙ୍କୁ ଗୁରୁତର ଅବସ୍ଥାରେ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇ। ଥିଲା | ପରେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ବସରେ ସମୁଦାୟ ୧୯ ଜଣ ଯାତ୍ରୀ ଥିଲେ । ସେମଧ୍ୟରୁ କିଛି ଯାତ୍ରୀ ପାସ କରିବା ପାଇଁ ତଳକୁ ଓଲ୍ହାଇ ଥିବା ବେଳେ ଏହି ସମୟରେ ଏକ ଅଜଣା ଗାଡି ଆସି ଧକ୍କା ଦେଇଥିଲା । ୭ ଜଣଙ୍କୁ ବ୍ରହ୍ମପୁର ଏମ୍କେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ଅତି ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ନେଇ ସୂଚନା ମିଳିଛି । ମୃତକ ମାନେ ବ୍ରହ୍ମପୁର ଗୋପାଳପୁର ଅଂଚଳର ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *