ହାଇୱା ଧକ୍କାରେ ୩ ମୃତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଳା ବିନିକା ଥାନା ଅରିଗାଁ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ହାଇୱା ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ବ୍ୟକ୍ତି ଗୁରୁତର । ସୁଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ଭେଡେନ ଥାନା ବଏପୁର ଗାଁରୁ ଝିଅ ଦେଖିବା ପାଇଁ ବିନିକା ଥାନା ବଲାରଙ୍ଗା ଗ୍ରାମକୁ ଆସିଥିଲେ । ଝିଅ ଦେଖି ଫେରିବା ବେଳକୁ ଅରିଗାଁ ଠାରେ ପାଣି ପିଇବା ପାଇଁ ଅଟକିଥିଲେ । ତେବେ ଗୋଡ଼ଭଗା ପଟରୁ ଏକ ହାଇୱା(ଓଡି୧୫ଡି-୦୮୨୨) ଦ୍ରୁତ ଗତିରେ ଏମାନଙ୍କ ଉପରକୁ ମାଡି ଆସିଥିଲା ।

ସ୍ଥାନୀୟ ଲୋକମାନେ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ହେଲେ ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ । ଏବଂ ଗୁରୁତର ବ୍ୟକ୍ତିଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ମୃତକ ହେଲେ ଭେଡେନ ଥାନା ବାଏପୁର ଗାଁର ଗୌର ମାଝୀ, ଗୋବିନ୍ଦ ବଗର୍ତ୍ତି ଓ ଜନାର୍ଦ୍ଦନ ବାରିକ । ଆହତ ବ୍ୟକ୍ତି ଜଣକ ହେଲେ ରୂପାପାଲି ଗାଁର ବରୁଣ ଭୋଇ । ବିନିକା ପୋଲିସ ଘଟଣା ସ୍ଥଳରେ ପହଂଚି ହାଇୱା ଜବତ କରିବା ସହ ଚାଳକକୁ ଅଟକ ରଖି ତଦନ୍ତ କରୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *