ମର୍ମନ୍ତୁଦ ସଡକ ଦୁର୍ଘଟଣା : ଟ୍ରକ୍ ଧକ୍କାରେ ୩ ଜଣଙ୍କ ମୃତ୍ୟୁ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ତିରିଙ୍ଗ ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ତିରିଂ ଥାନା ଅଧୀନ ଡାଳିମା ଛକରେ ଟ୍ରକ ଧକ୍କାରେ ୩ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଉତ୍ତେଜନା ପାଇଁ ୨୨୦ନଂ ଜାତୀୟ ରାଜପଥ ଅବରୋଧ ହୋଇଛି।ଫଳରେ ଯାତାୟତ ଠପ୍ ହୋଇଯାଇଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଚେଷ୍ଟା ଜାରି ରଖିଛି । ସୂଚନା ଅନୁସାରେ, ଟ୍ରକଟି ଲୁହାପଥର ବୋଝେଇ କରି ଯାଉଥିବା ବେଳେ ଘଟିଥିଲା ଦୁର୍ଘଟଣା । ଓଭରଟେକ କରିବାକୁ ଯାଇ ଟ୍ରକ ଜଣେ ସ୍କୁଟିକୁ ଧକ୍କା ଦେବା ସହିତ ଅନ୍ୟ ଦୁଇ ଜଣଙ୍କୁ ଧକ୍କା ଦେଇଥିଲା। ଦୁଇ ଜଣ ମୃତକ ଡାଳିମାର ତରଣୀ ବିହାରୀ ଓ ସିପୁ ବିହାରୀ ।  ପରିଚୟ ମିଳିଥିବା ୨ମୃତକ କକା ପୁତୁରା ବୋଲି ଜଣାପଡିଛି । ତେବେ ମୃତ ସ୍କୁଟି ଆରୋହୀ ଜଣକର ପରିଚୟ ମିଳି ନ ଥିଲା ବେଳେ ଝାଡ଼ଖଣ୍ଡରେ ତାଙ୍କ ଘର ବୋଲି ଜଣାପଡ଼ିଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *