ସିଲେଇ କରିବାକୁ ଯାଉଥିଲେ ମହିଳା : ଚଢ଼ିଗଲା ଟ୍ରକ, ଚାଲିଗଲା ଜୀବନ

ଭଦ୍ରକ: ୧୬ ଜାତୀୟ ରାଜ୍ୟ ରାଜପଥ ଚରମ୍ପା ନିକଟସ୍ଥ ଆଇଟି ଆଇ ରୋଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୂର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ଉର୍ବଶୀ ଦଳେଇ (୩୭) । ସୂଚନା ଅନୁଯାୟୀ, ଏକ ସ୍କୁଟି ଯୋଗେ ମହିଳା ଜଣକ ସିଲାଇ କରିବାକୁ ଯାଉଥିବା ସମୟରେ ବିପରିତ ଦିଗରୁ ଦ୍ରୁତ ଗତିରେ ଓଭର ଟେକ୍ କରି ଆସୁଥିବା ଟ୍ରକ୍ ସ୍କୁଟି ଚାଳାଉ ଥିବା ମହିଳାଙ୍କ ଉପରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ଖବର ପାଇଁ ଘଟଣାସ୍ଥଳରେ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ଟ୍ରକ୍‌କୁ ଜବତ୍ କରିବା ସହ ଲୋକଙ୍କୁ ବୁଝା ସୁଝା ପରେ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମୂଖ୍ୟ ଚିକିତ୍ସାଳୟକୁ ପଠାଇଛି । ଚରମ୍ପା ବରାଳ ପୋଖରୀ ଅଞ୍ଚଳ ୧ନମ୍ବର ୱାର୍ଡର ଶମ୍ଭୁନାଥ ଦଳେଇଙ୍କ ଝିଅ ଉର୍ବଶୀ ଅପରାହ୍ନ ସମୟରେ ସ୍କୁଟି ଯୋଗେ ଚରମ୍ପାସ୍ଥିତ ନିଜ ଟେଲର ଦୋକାନକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଉର୍ବଶୀ ଦଳେଇ ତାଙ୍କ ପରିବାର ଏକ ମାତ୍ର ରୋଜଗାରକ୍ଷମ ଝିଅ ଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *