ଟ୍ରକ୍ ଚାପାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବି

ମୁନିଗୁଡ଼ା : ମୁନିଗୁଡ଼ା ତିନିକୋଣିଆ ଛକ ରେଲୱେ ଲେବୁଲ କ୍ରସିଂ ପୂର୍ବରୁ ମାଲ ବୋଝେଇ ଟ୍ରକ୍ ଚାପାରେ ଜଣେ ଯୁବକର ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣକ ମୁନିଗୁଡା ପାଇକ ସାହିର ସୁବାସ ସାହୁ(୪୨) । ସୂଚନା ଅନୁଯାୟୀ ଦୁର୍ଘଟଣାଟି ଆଜି ସକାଳୁ ହୋଇଥିଲା । ସୁବାସ ସକାଳୁ ବଜାର ଆସିଥିଲେ । ତିନିକୋଣିଆ ଛକ ସହିଦ ଲକ୍ଷ୍ମଣ ନାୟକ ମଣ୍ଡପରେ କିଛି ସମୟ ବସିବା ପରେ ରାସ୍ତା ପାର ହେଉଥିବା ବେଳେ ଦୃତଗତିରେ ଭବାନୀପାଟଣା ପଟୁ ଆସୁଥିବା ଗୋଟିଏ ମାଲ ବୋଝେଇ ଟ୍ରକ୍ ତାକୁ ସାମନାରୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଲୋକମାନେ ପହଞ୍ôଚ ସେହି ୨ ଦୁଇ ଟ୍ରକକୁ ଅଟକାଇ ପୋଲିସକୁ ଖବର ଦେଇଥିଲେ । ଖବରପାଇ ଏସ୍‌ଡିପିଓ ଆକାଶ ଚନ୍ଦ୍ର ସାହୁ ଓ ମୁନିଗୁଡା ପୋଲିସ ଏସ୍‌ଆଇ ନରସିଂହ ବେହେରା ଘଟଣାସ୍ଥଳରେ ପହଞ୍ଚି ଦୁଇ ଟ୍ରକକୁ ଜବତ କରିବା ସହ ମୃତ ସୁବାସର ଶବ ବ୍ୟବଚ୍ଛେଦ ପାଇଁ ମୁନିଗୁଡା ହସ୍ପିଟାଲକୁ ପଠାଇଥିଲେ ।ସୁବାସର ପରିବାର ତରଫରୁ ମୃତକଙ୍କୁ କ୍ଷତିପୁରଣ ଦାବି କରାଯାଇ ଥିଲା । ପ୍ରକାଶ ଥାଉକି ମୁନିଗୁଡା ସହରର ଏହି ସ୍ଥାନଟି ଅତି ଜନବହୁଳ କ୍ଷେତ୍ର । ଏହି ସ୍ଥାନ ଦେଇ ପ୍ରତ୍ୟେହ ଶହଶହ ଭାରିଯାନ ରେଲୱେ ଫାଟକ ପାର କରିବା ପାଇଁ ନିଜନିଜ ମଧ୍ୟରେ ପ୍ରତିଯୋଗିତା କରି ପ୍ରଥମେ ଯିବା ପାଇଁ ପ୍ରୟାସ କରିଥାନ୍ତି । ପୂର୍ବର ଅନେକ ଦୁର୍ଘଟଣା ଘଟି ଅସଂଖ୍ୟ ଲୋକଙ୍କ ଜୀବନ ଯାଇଛି । ସେଥିପାଇଁ ଅନେକ ଦିନୁ ମୁନିଗୁଡା ବିକାଶ ପରିଷଦ, ପ୍ରେସ୍ କ୍ଲବ ନାଗରିକମଞ୍ଚ ଓ ବିଭିନ୍ନ ରାଜନୈତିକ ଦଳ ତରଫରୁ ଭୂତଳ ରାସ୍ତା ଅବା ଓଭର ବ୍ରିଜ କରିବା ସହ ବାଇପାସ ରୋଡ଼ ପାଇଁ ଦାବି କରି ଆସୁଛନ୍ତି । ଏତେ ଜନ ଜୀବନ ଗଲା ପରେ ମଧ୍ୟ ପ୍ରଶାସନ ଏହି ସମ୍ବେଦନ ଶୀଳ ସ୍ଥାନ ପ୍ରତି ଦୃଷ୍ଟି ନଦେଉଥିବା କାରଣରୁ ସ୍ଥାନୀୟ ଅଞ୍ଚଳରେ ଅନେକ ସମୟରେ ଅଶାନ୍ତ ପରିବେଶ ସୃଷ୍ଟି ହେଉଛି । ଆଜି ସୁବାସର ଶୋଚନୀୟ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳି ଯାଇଥିବା ବେଳେ ପୋଲିସ ୨ ଟ୍ରକ ସହ ଡ୍ରାଇଭରଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରିରଖିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *