ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଅଭୟକାନ୍ତଙ୍କ ଜାମିନ୍ ଆବେଦନ ଖାରଜ

ବ୍ରହ୍ମପୁର : ଟାଟା ମୋଟର୍ସରେ ଚାକିରି ଦେବା ନାଁ’ରେ ଟଙ୍କା ଠକେଇ ଘଟଣାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଆଇଏଫ୍‌ଏସ୍ ଅଧିକାରୀ ଅଭୟକାନ୍ତ ପାଠକଙ୍କ ଜାମିନ୍ ଖାରଜ ହୋଇଛି । ଗଞ୍ଜାମ ଜିଲ୍ଲା ଦ୍ୱରାଜଜ୍ ରାମଶଙ୍କର ହୋତା ବିଧାୟକ ପ୍ରଦୀପଙ୍କ ନାମରେ ଥିବା ୩ଟି ମାମଲା ଓ ଅଭୟକାନ୍ତଙ୍କ ବିରୋଧରେ ରୁଜୁ ହୋଇଥିବା ଗୋଟିଏ ମାମଲାର ଜାମିନ୍ ଆବେଦନ ଖାରଜ କରିଛନ୍ତି । ଜାମିନ୍ ପାଇଁ ମାନ୍ୟବର ହାଇକୋର୍ଟରେ ଆବେଦନ କରାଯିବ ବୋଲି ତାଙ୍କର ଓକିଲ ସୂଚନା ଦେଇଛନ୍ତି ।

ଟାଟା ମୋଟର୍ସରେ ଚାକିରି ନାଁରେ ଟଙ୍କା ଠକେଇ ନେଇ ବିଧାୟକ ପ୍ରଦୀପଙ୍କ ନାମରେ କଟକ କ୍ରାଇମ୍‌ବ୍ରାଞ୍ଚ ଥାନାରେ ଅଭିଯୋଗ ହୋଇଥିଲା । ପ୍ରାୟ ୪୭ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ ତାଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲା । ଗତ ଡିସେମ୍ବର ମାସରେ ଗୋଳନ୍ଥରା ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା । ସେହିପରି ଜାନୁଆରି ମାସରେ ମଧ୍ୟ ପୁଣି ଏକ ଠକେଇ ମାମଲା ରୁଜୁ ହୋଇଥିଲା । ଏହି ୩ଟି ମାମଲାରେ ମୋଟ ୧୪ଲକ୍ଷ ଟଙ୍କା ଠକେଇ ନେଇ ଅଭିଯୋଗକାରୀ ମାମଲା ରୁଜୁ କରିଥିଲେ ।

ଏହି ମାମଲାରେ ଗୋଳନ୍ଥରା ଥାନା ପୁଲିସ ବିଧାୟକ ପ୍ରଦୀପଙ୍କୁ ଭୁବନେଶ୍ୱର ଝାରପଡ଼ା ଜେଲ୍‌ରୁ ରିମାଣ୍ଡରେ ଆଣି ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରି ଜଡ଼ିତ କରିଥିଲା । ପରେ ପାଠକ ବାପ-ପୁଅଙ୍କୁ ମଧ୍ୟ ଜଡ଼ିତ କରାଯାଇଥିଲା । ଆଇଏଫ୍‌ଏସ୍ ଅଭୟକାନ୍ତଙ୍କ ନାମରେ ଗୋଟିଏ ମାମଲା ଯୋଡ଼ା ଯାଇଥିବା ବେଳେ ପୁଅ ଆକାଶ ପାଠକଙ୍କ ନାମରେ ଦୁଇଟି ମାମଲା ଯୋଡ଼ିଥିଲା ପୁଲିସ । ଏହି ମାମଲାରେ ଜାମିନ୍ ପାଇଁ ବିଧାୟକ ପ୍ରଦୀପ ଓ ଅଭୟକାନ୍ତଙ୍କ ଓକିଲ ଜିଲ୍ଲାଜଜ୍ କୋର୍ଟରେ ଆବେଦନ କରିଥିଲେ । ଆଜି ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । ଜିଲ୍ଲାଜଜ୍ ସରକାରୀ ଓକିଲ ଓ ପ୍ରତିପକ୍ଷ ଓକିଲଙ୍କ ଯୁକ୍ତି ଶୁଣିବା ପରେ ଜାମିନ୍ ଖାରଜ୍ କରିଥିଲେ । ସରକାରଙ୍କ ତରଫରୁ କ୍ୟାର୍ଡ ପିପି ତ୍ରିଲୋଚନ ପରିଡ଼ା ଏବଂ ବିଧାୟକ ପ୍ରଦୀପ ଓ ପାଠକଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଭିସି ଜରିଆରେ ମକଦ୍ଦମା ପରିଚାଳନା କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *