ଅମୀର-କିରଣ ବିଛେଦ

ମୁମ୍ବାଇ: ଷ୍ଟାର ଦମ୍ପତ୍ତିଙ୍କ କଳହ କିଛି ନୂଆ କଥା ନୁହେଁ  । ଇଣ୍ଡଷ୍ଟ୍ରୀରେ ଏମିତି ଅନେକ ଷ୍ଟାର ଅଛନ୍ତି ଯେଉଁମାନେ ଜଣଙ୍କୁ ପ୍ରେମ ପୁଣି ଜଣଙ୍କୁ ବିବାହ କରିଛନ୍ତି  । କିନ୍ତୁ ଅମିର ଏବଂ କିରଣ  ପ୍ରେମ କାହାଣୀ କିଛି ନୂଆ ଥିଲା   । ଯେଉଁଥିପାଇଁ ଆଜି ଯେତେବେଳେ ବିଛେଦ କଥା ଉଠୁଛି  । ସେତେବେଳେ ସାଧାରଣ ଦର୍ଶକ କିମ୍ବା ଲୋକଙ୍କ ପ୍ରଶ୍ନ ଉଠିବା ସ୍ୱଭାବିକ  । ଆଉ ଏଭଳି ସମୟରେ ସୋସିଆଲ ମିଡିଆରେ ଲୋକେ କିଛି ଭିନ୍ନ ସନ୍ଦେଶ ଦେଇ ଟୁପୁରୁ ଟାପୁରୁ ହେବା ଆରମ୍ଭ କଲେଣି  । ଫିଲ୍ମ ଲଗାନ ସେଟରୁ ପ୍ରେମ ଆରମ୍ଭ ହୋଇଥିବାବେଳେ ୨୦୦୫ ମସିହାରେ ଏହା ବାସ୍ତବରେ ପରିଣତ ହୋଇଥିଲା  । ଏହାରି ଭିତରେ ଉଭୟଙ୍କ ବୈବାହିକ ସମ୍ପର୍କକୁ ୨୦ ବର୍ଷ ବିତି ସାରିଛି  । କିନ୍ତୁ ହଠାତ ୨୦ ବର୍ଷ ପରେ ସମ୍ପର୍କରେ ବୋହୁଥିବା ଝଡ଼କୁ ନେଇ ବେସ ଚର୍ଚ୍ଚା ସୃଷ୍ଟି ହୋଇଛି  । କାହିଁକି ଏବଂ କଣ ପାଇଁ ଏହି ଶ୍ଟାର ଦମ୍ପତ୍ତି ଏବେ ଅଲଗା ହୋଇଯିବାକୁ ଇଛା ପ୍ରକାଶ କରିଛନ୍ତି, ତାହା ସମସ୍ତଙ୍କୁ ଆନ୍ଦୋଳିତ କରିଛି  । ଅମୀର ଖାନ୍ ଏବଂ କିରଣ ରାଓଙ୍କ ମଧ୍ୟରେ ବିବାହ ବିଛେଦ ଖବର  ଜଣାପଡ଼ିବା ପରେ ସୋସିଆଲମ ମିଡ଼ିଆ ଉଠୁଛି ପଡ଼ୁଛି  । କିଛି ସୋସିଆଲ ମିଡିଆ ୟୁଜର୍ସ ଏହାକୁ ନେଇ ମିମ୍ସ ମଧ୍ୟ ତିଆରି କରିବା ଆରମ୍ଭ କରିସାରିଲାଣି  ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *