ଲକଡାଉନରେ ଖୋଲା ରହିବ ଆହାର କେନ୍ଦ୍ର

ଭୁବନେଶ୍ୱର : ରାଜ୍ୟରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଲକଡାଉନ ଲାଗୁ କରିଛନ୍ତି ସରକାର । କିନ୍ତୁ ଲକଡାଉନ ସମୟରେ ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ । ଏନେଇ ଆଜି ଲକଡାଉନ ନିୟମରେ ସଂଶୋଧନ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । କିନ୍ତୁ ଆହାର କେନ୍ଦ୍ରରେ ଖାଇବା ମନା ହୋଇଛି । ଆହାର କେନ୍ଦ୍ରରେ କେହି ନ ଖାଇ କେବଳ ପାର୍ସଲ ନେଇପାରିବେ ବୋଲି କୁହାଯାଇଛି ।

ଅନ୍ୟପଟେ ଆଇଆଇଟି ଓ ଆଇଆଇଏମ ଭଳି କେନ୍ଦ୍ର ସରକାରଙ୍କ ଶିକ୍ଷାନୁଷ୍ଠାନରେ ହଷ୍ଟେଲ ଖୋଲା ରହିବ । ସମ୍ପୃକ୍ତ ସଂସ୍ଥା କୋଭିଡର ଗାଇଡଲାଇନକୁ କଡାକଡି ଭାବେ ପାଳନ କରିବେ । ସେହିପରି ପିପିଲି ନିର୍ବାଚନ ସମ୍ପର୍କିତ ସମସ୍ତ କାର୍ଯ୍ୟ ଚାଲୁ ରଖିବାକୁ ଅନୁମତି ଦିଆଯାଇଛି । ନିର୍ବାଚନ କମିଶନ ଓ ସିଇଓଙ୍କ ନିୟମାବଳୀ ମୁତାବକ କାର୍ଯ୍ୟକାରୀ ହେବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *