କାବୁଲ ସେନା ହସ୍ପିଟାଲରେ ବଡ଼ ଧରଣର ବିସ୍ଫୋରଣ, ୧୫ ମୃତ

କାବୁଲ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ବଡ଼ ଧରଣର ବିସ୍ଫୋରଣ । ସେ ପୁଣି ଗୋଟିଏ ନୁହେଁ ଦୁଇ ଦୁଇଟି ବିସ୍ଫୋରଣ । କାବୁଲର ସେନା ହସ୍ପିଟାଲରେ ବିସ୍ପୋରଣ ହୋଇଛି । ଘଟଣାରେ ୧୫ ଜଣ ନିହତ ହୋଇଥିବା ସୂଚନା ମିଳିଛି । ପାଖାପାଖି ୩୪ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଇସଲାମିକ ଏମିରେଟ୍ ମୁଖପାତ୍ର ବିଲାଲ କରମୀଙ୍କ ସୂଚନା ଅନୁସାରେ ସର୍ଦ୍ଦାର ମହମ୍ମଦ ଦାଉଦ ଖାନ୍ ହସ୍ପିଟାଲରେ ବିସ୍ପୋରଣ ହୋଇଥିଲା । ହସ୍ପିଟାଲରେ ୪୦୦ଟି ବେଡ଼ ସୁବିଧା ରହିଛି । ଏହାର କିଛି ସମୟ ପରେ ହସ୍ପିଟାଲ ପାଖରେ ଆଉ ଏକ ବିସ୍ଫୋରଣ ହୋଇଥିଲା । ବିସ୍ପୋରଣ ସ୍ଥାନରେ ଗୁଳିମାଡ ହୋଇଥିବା ଖବର ମିଳିଛି । ଘଟଣା ପଛରେ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌-କେ ହାତଥିବା କୁହାଯାଉଛି । ତାଲିବାନ ସରକାର କ୍ଷମତା ଦାଖଲ ପରେ ଆଫଗାନିସ୍ତାନରେ ହିଂସାକାଣ୍ଡ ବଢିବାରେ ଲାଗିଛି । ଗତ ୧୫ ତାରିଖରେ କାନ୍ଦାହାରରେ ଏକ ଶିଆ ମସଜିଦ୍‌ରେ ବିସ୍ଫୋରଣରେ ୩୨ ଜଣଙ୍କ ନିହତ ହୋଇଥିବା ବେଳେ ୭୦ରୁ ଅଧିକ ଆହତ ହୋଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *