ବିଜେଡି ସାଂସଦ ସୁଲତା ଦେଓଙ୍କ ଫେସବୁକ ପୋଷ୍ଟକୁ ନେଇ ଚର୍ଚ୍ଚା

REPORT BY BIJAY KUMAR PANDA

ଭୁବନେଶ୍ୱର:06.10.23(B.N.O.) ବିଜେଡି ସାଂସଦ ସୁଲତା ଦେଓଙ୍କ ଫେସବୁକ ପୋଷ୍ଟକୁ ନେଇ ଚର୍ଚ୍ଚା ବଢିଛି । ଫେସବୁକରେ ବିଜେଡି ନେତ୍ରୀ ଲେଖିଛନ୍ତି ତାଙ୍କୁ ଲାଂଛନା ଦିଆଯାଉଛି । ଆଉ ଯେଉଁମାନେ ତାଙ୍କୁ ଲାଂଛିତ ଅପମାନିତ କରିଛନ୍ତି, ସେମାନଙ୍କୁ ସେ ଜବାବ ରଖିଛନ୍ତି ।ସୁଲତା ଦେଓଙ୍କୁ ରାଜ୍ୟସଭାରେ ବିଜେଡି ମୁଖ୍ୟ ସଚେତକ ପଦରୁ ହଟାଇ ମାନସ ମଙ୍ଗରାଜଙ୍କୁ ଦାୟିତ୍ୱ ଦିଆଯିବା ପରେ ଏ ହେଉଛି ସୁଲତାଙ୍କ ଆଉଏକ ଭାବାବେଗପୂର୍ଣ୍ଣ ପୋଷ୍ଟ । ସୋସିଆଲ ମିଡିଆରେ ତାଙ୍କୁ ନେଇ ହେଉଥିବା ଚର୍ଚ୍ଚାରେ ବ୍ୟଥିତ ହୋଇ ଏଭଳି ପୋଷ୍ଟ କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ । ସୁଲତା ଲେଖିଛନ୍ତି ଯେ, ଏଇ କିଛିଦିନ ହେବ ଯେପରି ଭାବେ ମୋତେ ଲାଂଛିତ କରି ଆସୁରିକ ମଜା ନେଉଛନ୍ତି, ତାହା ଅସହ୍ୟ ହୋଇଛି । ମହିଳାମାନଙ୍କୁ ଲାଂଛନା ଯଦି ସେମାନଙ୍କ ଅଧିକାର, ତେବେ ଗଣତନ୍ତ୍ରର ଗତି କେଉଁଆଡେ? ମୋ ଭଳି ଜଣେ ଓବିସି ମହିଳାଙ୍କୁ ରାଜ୍ୟସଭାକୁ ପଠାଇ ଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ମୋର ନେତାଙ୍କ ପ୍ରତି ମୁଁ ଆଜିବନ କୃତଜ୍ଞ ।

ମୁଖ୍ୟ ସଚେତକ ପଦରେ ମାନନୀୟ ମାନସ ମଙ୍ଗରାଜ ଭାଇଙ୍କୁ ଦାୟିତ୍ୱ ଦିଆଯିବା ନିହାତି ଆବଶ୍ୟକ ଥିଲା । ତେଣୁ ଏଥିରେ ଆଶ୍ଚର୍ଯ୍ୟ ପ୍ରକଟ କରି ବିନା ମେଘରେ ବଜ୍ରପାତ କାହିଁକି?ସୁଲତାଙ୍କୁ ହଟାଇ ମାନସଙ୍କୁ ଦାୟିତ୍ୱ ମିଳିବା ପରେ ଫେସବୁକ ପୋଷ୍ଟ କରି ମାନସ ମଙ୍ଗରାଜଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ତାଙ୍କ ପରି ଜଣେ ସାଧାରଣ ମହିଳାଙ୍କୁ ରାଜ୍ୟସଭାକୁ ପଠାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ କୃତଜ୍ଞତା ଜଣାଇଥିଲେ । ଏବେ କିନ୍ତୁ ସୋସିଆଲ ମିଡିଆରେ ହେଉଥିବା ସମାଲୋଚନାରେ କ୍ଷୋଭ ପ୍ରକାଶ କରିଛନ୍ତି । ଗାନ୍ଧୀ ଜୟନ୍ତୀରେ ବିଜେଡିର ପଦଯାତ୍ରା କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ମଂଚରେ ଉପସ୍ଥିତି ଓ ପରେ ପରେ ତାଙ୍କୁ ରାଜ୍ୟସଭା ମୁଖ୍ୟ ସଚେତକ ପଦରୁ ହଟାଯିବାକୁ ନେଇ ଭିନ୍ନ ଚର୍ଚ୍ଚା ହେଉଛି । ଦୁଇଟି ଘଟଣାକୁ ଯୋଡି ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହୋଇଥିଲା । ଏହାକୁ ନେଇ ବ୍ୟଥିତ ହୋଇଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ସୁଲତା ଦେଓ । ଏପଟେ ସୁଲତାଙ୍କ ପ୍ରସଙ୍ଗକୁ ନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି । ଶାସକ ଦଳ କିଭଳି ମହିଳାଙ୍କୁ ସମ୍ମାନ ଦେଉଛି କହି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ । ଗତ ବର୍ଷ ଜୁଲାଇ ମାସରେ ସୁଲତା ଦେଓଙ୍କୁ ମୁଖ୍ୟ ସଚେତକ ଭାବେ ଦାୟିତ୍ୱ ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ସେବେଠାରୁ ରାଜ୍ୟସଭାରେ ବିଜେଡିର ମହିଳା ପ୍ରତିନିଧି ବନିଥିଲେ ସୁଲତା । କିନ୍ତୁ ତାଙ୍କୁ ଅଚାନକ ମୁଖ୍ୟ ସଚେତକ ପଦରୁ ହଟାଯିବା ଚର୍ଚ୍ଚାର ବିଷୟ ପାଲଟିିଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *