ଏସସିବି  ଆଇସିୟୁରେ ଏଥର ରୋଗୀଙ୍କୁ ମ୍ୟୁଜିକ୍ ଥେରାପି ଦିଆଯିବ ।

REPORT BY MALAYA PARIJA

କଟକ:05.10.23(B.N.O.): କଟକ ବଡ଼ ମେଡ଼ିକାଲ (ଏସସିବି) ଆଇସିୟୁରେ ଏଥର ରୋଗୀଙ୍କୁ ମ୍ୟୁଜିକ୍ ଥେରାପି ଦିଆଯିବ । ମେଡିକାଲର ବିଭିନ୍ନ ବିଭାଗର ଆଇସିୟୁ ଓ ଆଇସିୟୁ ୱାର୍ଡରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ୨୪ ଘଣ୍ଟା ଦିଆଯିବ ମ୍ୟୁଜିକ୍ ଥେରାପି । ଏଥିରେ କୌଣସି ନିର୍ଦ୍ଦିଷ୍ଟ ଭଜନ ବାଜିବ ନାହିଁ । କେବଳ ଇନ୍‌ଷ୍ଟ୍ରୋମେଣ୍ଟାଲ୍ ମ୍ୟୁଜିକ(ବାଦ୍ୟଯନ୍ତ୍ର ଧ୍ୱନୀ) ବାଜିବ । ସ୍ୱାସ୍ଥ୍ୟ ବିକାଶ ସମିତି ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆଗାମୀ ୨ମାସ ଭିତରେ ଏହି ସେବା କାର୍ଯ୍ୟକାରୀ କରିବା ପାଇଁ ଯୋଜନା ରଖାଯାଇଛି । ମ୍ୟୁଜିକ ଥେରାପି ନେଇ ଏସସିବି ମେଡ଼ିକାଲ୍ କୁଳସଚିବ ଡକ୍ଟର ଅବିନାଶ ରାଉତ କହିଛନ୍ତି ଯେ, ରୋଗୀମାନଙ୍କୁ ଭଲ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ପ୍ରତି ୨ ମାସରେ ସ୍ୱାସ୍ଥ୍ୟ ବିକାଶ ସମିତି ବୈଠକ ବସୁଛି । ଏଥର ମଧ୍ୟ ବସିଥିବା ବୈଠକରେ ମେଡ଼ିକାଲ୍ ସୁପରିନଟେଣ୍ଡେଣ୍ଟ, ଡିନ୍‌, ପ୍ରଫେସର, ସ୍ୱାସ୍ଥ୍ୟ ବିକାଶ ସମିତିର ଚୟାରମ୍ୟାନ୍ ତଥା ସିଏମସି କମିଶନର ଯୋଗ ଦେଇଥିଲେ । ଆଲୋଚନା ବେଳେ ଆଇସିୟୁରେ ଇନ୍‌ଷ୍ଟ୍ରୋମେଣ୍ଟାଲ୍ ମ୍ୟୁଜିକ୍ ବଜାଇବା ପାଇଁ କିଛି ସଭ୍ୟ ଯୁକ୍ତି ବାଢ଼ିଥିଲେ । ଇନ୍‌ଷ୍ଟ୍ରୋମେଣ୍ଟାଲ୍ ମ୍ୟୁଜିକ୍ ରୋଗୀ ସୁସ୍ଥ ହେବାରେ ସହାୟକ ହୋଇଥାଏ ବୋଲି ମତପ୍ରକାଶ ପାଇଥିଲା । ଏହା ଉପରେ ତର୍ଜମା କରାଯିବା ପରେ ପ୍ରତ୍ୟକ ବିଭାଗରେ ଥିବା ଆଇସିୟୁରେ ଇନ୍‌ଷ୍ଟ୍ରୋମେଣ୍ଟାଲ୍ ମ୍ୟୁଜିକ୍ ବଜାଇବା ପାଇଁ ନିଷ୍ପତ୍ତି ହୋଇଛି । ମାସେ ଭିତରେ କାମସାରିବାକୁ ସ୍ୱାସ୍ଥ୍ୟ ବିକାଶ ସମିତି ଚେୟାରମ୍ୟାନ୍ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଡାକ୍ତର ରାଉତ କହିଛନ୍ତି । ସେ ଆହୁରି କହିଛନ୍ତି, ପ୍ରତି ଆଇସିୟୁର ୱାର୍ଡରେ ଇନ୍‌ଷ୍ଟ୍ରୋମେଣ୍ଟାଲ୍ ମ୍ୟୁଜିକ୍ ସରଞ୍ଜାମ ଖଞ୍ଜିବା ପାଇଁ ସରକାରୀ ନିୟମ ଅନୁସାରେ ଟେଣ୍ଡର କରାଯିବ । ଏଥିସହ ତଦାରଖ ପାଇଁ ଜଣଙ୍କୁ ଦିଆଯିବ । ସେଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ମ୍ୟୁଜିକ ଥେରାପିର କିଛି ଖରାପ ପ୍ରଭାବ ରୋଗୀଙ୍କ ଉପରେ ପଡ଼ିବ ନାହିଁ । ବରଂ ରୋଗୀ ଆରୋଗ୍ୟ ହେବାରେ ସହାୟକ ହୋଇଥାଏ । ମ୍ୟୁଜିକ ଥେରାପିରେ କୌଣସି ନିର୍ଦ୍ଦିଷ୍ଟ ଭଜନ ବାଜିବ ନାହିଁ । କେବଳ ଇନ୍‌ଷ୍ଟ୍ରୋମେଣ୍ଟାଲ୍ ମ୍ୟୁଜିକ ବାଜିବ ବୋଲି ଡାକ୍ତର ରାଉତ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *