ଚୌଧୁରୀ ବଜାରରେ ଥିବା ସାଲାସାର ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ: କାରଣ ଅସ୍ପଷ୍ଟ 

 

କଟକ:29.09.23 (B.N.O):Report by Malaya parija ସ୍ଥାନୀୟ ଚୌଧୁରୀ

REPORT BY MALAYA PARIJA

ବଜାରର ଏକ ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟି ବ୍ୟାପକ ଧନସମ୍ପତ୍ତି ନିଷ୍ଟ ହୋଇ ଯାଇଛି । ନିଆଁ ଲାଗି ଦୋକାନରେ ଥିବା ଲୁଗାପଟା ସବୁ ଜଳିଯାଇଛି । ସୌଭାଗ୍ୟ ବସତଃ କେହି ମୃତାହତ ହୋଇ ନାହାନ୍ତି । ଅଗ୍ନିକାଣ୍ଡକୁ ମୁକାବିଲା କରିବା ପାଇଁ ୧୦ଟି ଅଗ୍ନିଶମ ବାହିନୀ ପହଞ୍ଚି ଦୀର୍ଘ ୬ଘଣ୍ଟା ଧରି କସରତ କରିବା ପରେ ନିଆଁକୁ ଆୟତ୍ତ କରିବାକୁ ସଫଳ ହୋଇଥିଲେ । ପ୍ରଥମେ ନିଆଁ ଏତେ ପ୍ରଖର ବେଗରେ ମାଡ଼ିଯାଇଥିଲା ଯେ ଏହାକୁ ଆୟତ୍ତ କରିବା କଷ୍ଟକର ହୋଇ ପଡ଼ିଥିଲା । ବହୁ ପରିମାଣର ଶାଢ଼ୀ, କପଡ଼ା ଏବଂ ପ୍ଲାଷ୍ଟିକ ଇଣ୍ଟେରିୟର୍ ସାମଗ୍ରୀ ଥିବାରୁ ନିଆଁ ତ୍ୱରିତ ବେଗରେ ବ୍ୟାପିଯାଇଥିଲା ।
ସୂଚନା ଅନୁଯାୟୀ, ଆଜି ସକାଳେ ଗ୍ରାଉଣ୍ଡ ଫ୍ଲୋରରେ ଥିବା ଲୁଗା ଦୋକାନରେ ନିଆଁ ଲାଗିଯାଇଥିଲା । ପରେ ନିଆଁଟି ପ୍ରଥମ, ଦ୍ୱିତୀୟ , ତୃତୀୟ ଓ ଚତୁର୍ଥ ମହଲାକୁ ବ୍ୟାପି ଯାଇଥିଲା । ନିଆଁ ବ୍ୟାପିବା ପୂର୍ବରୁ ଉପରେ ରହୁଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ଅନ୍ୟ ବିଲ୍ଡିକୁ ଯେପରି ନିଆଁ ନବ୍ୟାପିବ ସେନେଇ ଅଗ୍ନିଶମ ବାହିନୀ ବିଭିନ୍ନ ପଦକ୍ଷେପ ନେଇଥିଲା ।

ଅନ୍ୟ ପକ୍ଷରେ ପ୍ରବଳ ଧୂଆଁ ବାହାରୁ ଥିବାରୁ ଭିତରକୁ ଯାଇ ନିଆଁ ଲିଭାଇବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା । ବିଲ୍ଡିଂରେ ଲାଗିଥିବା କାଚକୁ ଭାଙ୍ଗି ସିଡ଼ି ଦ୍ୱାରା ଚଢ଼ି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ଏହାସହ ସହ ସ୍କାଏ ଲିଫଟ୍ ସହାୟତାରେ ଭିତର ଯାଏଁ ପାଣି ସ୍ପ୍ରେ କରିବା ସହ କୋଠାର ବିଭିନ୍ନ ଆଡ଼ୁ ଚଢ଼ି ଭିତରକୁ ପଶି ନିଆଁକୁ ବହୁ କଷ୍ଟରେ ଆୟତ କରିଥିଲେ । ନିଆଁରେ ଲାଗି ଦୋକାନରେ ଥିବା ଜିନିଷ ପତ୍ର ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । ତେବେ କିପରି ନିଆଁ ଲାଗିଲା ତା’ର କାରଣ ଜଣାପଡ଼ି ନାହିଁ । ସର୍ଟ ସର୍କିଟରୁ ନିଆଁ ଲାଗିଲା ଆଉ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ । ତେବେ ଦୀର୍ଗ ୬ ଘଣ୍ଟା ପରେ ଚୌଧୁରୀ ବଜାରର ଲୁଗା ଦୋକାନରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଥିଲା । ଏବେ ବିପଦ ସଂପୂର୍ଣ୍ଣ ଟଳିଯାଇଥିବା ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚୟନୀ, ସିଏମସି ମେୟର ସୁବାସ ସିଂହ ପହଞ୍ଚି ନିଆଁ ଲିଭା କାମର ତଦାରଖ କରିଥିଲେ ।

ଜିଲ୍ଲାପାଳ କହିଛନ୍ତି, ଏ ଘଟଣା ପରେ ସ୍ଥାନୀୟ ଦୋକାନୀଙ୍କୁ ସଚେତନ କରାଯିବ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ସକାଳେ ସାଲାସାର ଲୁଗା ଦୋକାନରେ ନିଆଁ ଲାଗିଥିଲା । ସେଠାରୁ ଧୂଆଁ ବାହାରିଥିଲା । ତେବେ ପ୍ରବଳ ଧୂଆଁ ବାହାରୁ ଥିବାରୁ ଭିତରକୁ ଯାଇ ନିଆଁ ଲିଭାଇବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା । ବିଲ୍ଡିଂରେ ଲାଗିଥିବା କାଚକୁ ଭାଙ୍ଗି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ଏଣେ ଏହି ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର ଲୁଗା ଓ ଆସବାବପତ୍ର ଜଳିପୋଡ଼ି ପାଉଁଶ ହୋଇଛି । ଅନ୍ୟପକ୍ଷରେ ଏହି ଦୋକାନରେ ଫାୟାର ସେପ୍ଟି ନଥିବା କୁହାଯାଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *