ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଜାରି, ଯାଞ୍ଚ୍ ପ୍ରକ୍ରିୟା କଡ଼ାକଡ଼ି

ସମ୍ବଲପୁର : କରୋନା ସଂକ୍ରମଣର ଦ୍ୱିତୀୟ ପ୍ରବାହ ଏବେ ଦ୍ରୁତ ଗତିରେ ମାଡ଼ିଚାଲିଛି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଆଜି ସମ୍ବଲପୁର ଜିଲ୍ଲାରେ ମୋଟ ୪୫ ଜଣ ସଂକ୍ରମିତ ହୋଇଛନ୍ତି । ସଂକ୍ରମଣଙ୍କ ହାର ନିୟନ୍ତ୍ରଣ କରିବା ପାଇଁ ଗତ ସୋମବାରଠାରୁ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଜାରି ରହିଛି । ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ସମ୍ବଲପୁର ସହରାଞ୍ଚଳ, ଗ୍ରାମାଞ୍ଚଳ ସମେତ ଜିଲ୍ଲାର ସୀମାନ୍ତ ଅଞ୍ଚଳଗୁଡ଼ିକରେ କଟକଣା କଡ଼ାକଡ଼ି ପାଳନ ହେଉଛି ।
ରାତି ୧୦ରୁ ଭୋର ୫ଟା ଯାଏଁ ଜିଲ୍ଲାର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଛକ ରାସ୍ତାଗୁଡ଼ିକରେ ପୁଲିସ ଷ୍ଟାଟିକ୍ ପୋଷ୍ଟ କରି ଯାଞ୍ଚକରୁଛି ।

ଏପରିକି ଏହି ଯାଞ୍ଚ୍ ପ୍ରକ୍ରିୟାକୁ ଖୋଦ୍ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମଧ୍ୟ ତଦାରଖ କରୁଛନ୍ତି । ସମ୍ବଲପୁର ସହର ସମେତ ଜିଲ୍ଲାର ମୋଟ ୧୪ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପୁଲିସ ଷ୍ଟାଟିକ୍ ପୋଷ୍ଟ କରି ଯାଞ୍ଚ କରିବା ସହ ସୀମାନ୍ତ ଜିଲ୍ଲାକୁ ସଂଯୋଗ କରୁଥିବା ସିନ୍ଦୁରପଙ୍କ ଛକ, ରେଙ୍ଗାଲି କଲେଜ ଛକ, ଶାସନ ଟୋଲଗେଟ୍‌, ଠେଲକୋଲେଇ ଭୂଷଣ ଛକ, ବୁର୍ଲା ଥାନା ଛକ, ହୀରାକୁଦ ସନ୍ତୋଷୀ ମନ୍ଦିର ଛକ, ରେଢ଼ାଖୋଲ ଭୀମଭୋଇ କଲେଜ ଛକ, କୁଚିଣ୍ଡା ସଇଡା ଛକ ଓ ବାମରା ଛକରେ ଯାଞ୍ଚ କରିବା ସହ ତୀକ୍ଷ୍ଣ ନଜର ରଖିଛି। ଗତ ସୋମବାରଠାରୁ ପ୍ରତ୍ୟେକ ରାତି ୧୦ଟା ଠାରୁ ଏହି କର୍ଫ୍ୟୁ ଜାରି ବେଳେ କେବଳ ଅତ୍ୟାବଶ୍ୟକ ସେବାକୁ ଛାଡିଦେଲେ ଅନ୍ୟ ସମସ୍ତ ଯାନବାହନ ଚଳାଚଳ ଓ ବ୍ୟବସାୟିକ ପ୍ରତିଷ୍ଠାନ ପ୍ରତି ଲାଗୁ ହୋଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *