ଆରତୀ ଷ୍ଟିଲ ପ୍ଲାଣ୍ଟରେ ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା

ଆଠଗଡ଼:26.09.23(B.N.O): କଟକ ଜିଲ୍ଲା ଆଠଗଡ଼ ଘଣ୍ଟିଖାଲ ଠାରେ ଗଢି ଉଠିଥିବା ଆରତୀ ଷ୍ଟିଲ ପ୍ଲାଣ୍ଟରେ ଆଜି ରୋଲିଁ ମିଲରେ ଜଣେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଶମିକଙ୍କ ମହଲରେ ଉତ୍ତେଜନା ଦେଖାଦେଇଛନ୍ତି । ମୃତ ଶ୍ରମିକ ଜଣକ ସ୍ଥାନୀୟ ମହାକାଳବସ୍ତର ଗୋକୁଳ ଚନ୍ଦ୍ର ବେହେରା ବୋଲି ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗୋକୁଳ ବେହେରା ରୋଲିଂ ମିଲରେ ମାଲ ଲୋଡ କରୁଥିବାବେଳେ ଅପରେଟରଙ୍କ ଅସାବଧାନତା ଯୋଗୁ ସେ ମେସିନରେ ଚାପି ହୋଇ ଯାଇଥିଲେ । ତେବେ ପାଖରେ ଥିବା ଶ୍ରମିକମାନେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର କିଛି ସମୟର ଚିକିତ୍ସା ପରେ ଡାକ୍ତର ଗୋକୁଳଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଶ୍ରମିକ ଗୋକୁଳର ମୃତ୍ୟୁ ଖବର ଶୁଣି ସମ୍ପର୍କୀୟମାନଙ୍କ ସହ ସ୍ଥାନୀୟ ଅଧିବାସୀମାନେ କ୍ଷତିପୂରଣ ଦାବି କରି ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଛନ୍ତି । ଘଟଣା ସ୍ଥଳରେ ଖୁଣ୍ଟୁଣୀ ପୁଲିସ ସହ ଆଠଗଡ଼ ତହସିଲଦାର ମୃତକଙ୍କ ସମ୍ପର୍କୀୟମାନଙ୍କ ସହ ଅଧିକ ଆଲୋଚନା ଜାରି ରଖଛନ୍ତି । ତେବେ ଏହି କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକ ମାନଙ୍କ ସେଫ୍ଟି ଉପରେ ଅଧିକ ଗୁରୁତ୍ୱ ଦେଉ ନଥିବାରୁ ଅକାଳରେ ଚାଲି ଯାଉଛି ଗୋଟିଏ ପରେ ଗୋଟିଏ ଜୀବନ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *