ସିସୋର ଚିଟଫଣ୍ଡ ମାମଲା: ଦୀର୍ଘ ୯ବର୍ଷ ପରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ତାଙ୍କ ପତ୍ନୀଙ୍କ ନାମରେ ଚାର୍ଜଫ୍ରେମ

ସିସୋର ଚିଟଫଣ୍ଡ ମାମଲା: ଦୀର୍ଘ ୯ବର୍ଷ ପରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ତାଙ୍କ ପତ୍ନୀଙ୍କ ନାମରେ ଚାର୍ଜଫ୍ରେମ

ଭୁବନେଶ୍ୱର:23.09.23(B.N.O):REPORT BY SASHIBHUSAN CHAINI ବହୁ ଚର୍ଚ୍ଚିତ ସିସୋର ଚିଟଫଣ୍ଡ ମାମଲାରେ ସିବିଆଇ ଦ୍ୱାରା ଚାର୍ଜଫ୍ରେମ ହେବା ଦ୍ୱାରା ବହୁ ରୋଚକ ଘଟଣା ଲୋକ ଲୋଚନକୁ ଆସିଛି । ଦୀର୍ଘ ୯ବର୍ଷ ପରେ ପୂର୍ବତନ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀ ବିଶ୍ୱାଳଙ୍କ ନାମରେ ଚାର୍ଜଫ୍ରେମ ହୋଇଛି । ଭୁବନେଶ୍ୱର ସିବିଆଇ-୧ କୋର୍ଟରେ ଚାର୍ଜଫ୍ରେମ ହୋଇଥିବା ଜଣାପଡ଼ିଛି । ତେବେ ବେଆଇନ ଅର୍ଥକାରବାର ମାମଲାରେ ଉଭୟଙ୍କ ନାମରେ ୪୨୦, ୧୨୦(ବି), ୪୦୯, ୪୬୭, ୪୬୮ ଏବଂ ୪୭୧ ଦଫା ଲାଗୁ ହୋଇ ଚାର୍ଜ ଫ୍ରେମ ହୋଇଛି । ସୂଚନା ଅନୁଯାୟୀ, ଓଡ଼ିଶା ହାଇକୋର୍ଟ ଗତ ଏପ୍ରିଲ ମାସରେ ଶ୍ରୀ ବିଶ୍ୱାଳଙ୍କ ବିରୁଦ୍ଧରେ ୨ମାସ ମଧ୍ୟରେ ଚାର୍ଜଫ୍ରେମ୍ କରିବା ସହ ମାମଲାର ଶୁଣାଣି ବର୍ଷକ ମଧ୍ୟରେ ଶେଷ କରିବାକୁ ସିବିଆଇ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସିସୋର ଚିଟଫଣ୍ଡ ଗ୍ରୁପ ସହ ଏକ ଜମି କିଣାବିକାକୁ ନେଇ ଶ୍ରୀ ବିଶ୍ୱାଳ ଓ ତାଙ୍କ ପତ୍ନୀ ୨୫ଲକ୍ଷ ଟଙ୍କା କାରବାର କରିଥିବାର ଅଭିଯୋଗ ହୋଇଥିଲା । ଚିଟଫଣ୍ଡ ମାମଲାରେ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିବା ସହ ତାଙ୍କ ନାଁ ଚାର୍ଜସିଟରୁ ବାଦ୍ ଦେବା ଓ ଏଫଆଇଆର ଖାରଜ କରିବା ପାଇଁ ଶ୍ରୀ ବିଶ୍ୱାଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଗତ ଏପ୍ରିଲ ମାସରେ ସିବିଆଇ କୋର୍ଟକୁ ୨ମାସ ମଧ୍ୟରେ ଶ୍ରୀ ବିଶ୍ୱାଳଙ୍କ ବିରୁଦ୍ଧରେ ଚାର୍ଜ ଫ୍ରେମ୍ କରିବା ସହ ବର୍ଷକ ମଧ୍ୟରେ ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଆଜିର ଚାର୍ଜଫ୍ରେମକୁ ନେଇ ନିର୍ବାଚନମଣ୍ଡଳୀରେ ବହୁ କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି । ଶ୍ରୀ ବିଶ୍ୱାଳଙ୍କ କଳା କାରନାମାର ପର୍ଦ୍ଦାଫାସ ହେଉଥିବା ବିରୋଧୀମାନେ କହୁଥିବାବେଳେ ତାଙ୍କ ସପକ୍ଷବାଦୀ ଭିନ୍ନ ମତ ଦେଉଛନ୍ତି । ଶ୍ରୀ ବିଶ୍ୱାଳ ନିର୍ଦ୍ଦୋଷ ହୋଇଥିବାରୁ ସିବିଆଇ କୋର୍ଟରେ ଚାର୍ଜଫ୍ରେମ କରାଯିବା ପରେ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯିବ ବୋଲି କହିବୁଲୁଛନ୍ତି । ତେବେ ଆଗକୁ ନିର୍ବାଚନ ଆସୁଥିବାରୁ ତୁରନ୍ତ ମାମଲା ଫଇସଲା ହେଲେ ଶ୍ରୀ ବିଶ୍ୱାଳ ନିର୍ବାଚନ ରଣାଙ୍ଗନକୁ ଆସିବେ ବୋଲି ତାଙ୍କ ସମର୍ଥକମାନେ ପ୍ରକାଶ କରିଛନ୍ତି । ତେବେ ଚାର୍ଜଫ୍ରେମ ପରେ ଶ୍ରୀ ବିଶ୍ୱାଳଙ୍କ ଉପରେ କି ପ୍ରଭାବ ପଡ଼ୁଛି ତାହା ସମୟକୁ ଅପେକ୍ଷା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *