ଦାବି ପୂରଣ ନେଇ ସରକାରଙ୍କ ଟାଳଟୂଳ ନୀତି: ଆସନ୍ତା ୧୫ରେ ଇପିଏଫ ପେନସନର୍ସ ସଂଘର ଗଣ ଧାରଣା ।

ଦାବି ପୂରଣ ନେଇ ସରକାରଙ୍କ ଟାଳଟୂଳ ନୀତି: ଆସନ୍ତା ୧୫ରେ ଇପିଏଫ ପେନସନର୍ସ ସଂଘର ଗଣ ଧାରଣା ।

#କଟକ(BREAKING NEWS ODIA.)04.09.23 : ଲ୍ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର ରାଜ୍ୟ କମିଟି ବୈଠକ ସ୍ଥାନୀୟ ଖାନନଗର ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ତଥା ସର୍ବଭାରତୀୟ ଉପସଭାପତି ଭାଗ୍ୟଧର ବ୍ରହ୍ମା ଯୋଗ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଇପିଏଫ ପେନସନର୍ସ ବିରୋଧି ମନୋଭାବର ଦୃଢ ନିନ୍ଦା କରିବା ସହ ଦାବି ପୂରଣ କରିବା ପାଇଁ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଆସନ୍ତା ୧୫ତାରିଖ ଦିନ ଇପିଏଫ ପେନସନର୍ସ ସଂଘ ପକ୍ଷରୁ ଗଣଧାରଣା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଥିବା ୨ଲକ୍ଷ ୨୦ ହଜାର ଇପିଏଫ ପେନସନଭୋଗୀ ବରିଷ୍ଠ ନାଗରିକମାନଙ୍କର ଆର୍ôଥକ ଦୂରାବସ୍ଥା ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାର କ୍ରମାଗତ ଭାବେ ଅବହେଳା ପ୍ରଦର୍ଶନ କରିଆସୁଛନ୍ତି । ଯାହା ଫଳରେ ସ୍ୱଳ୍ପ ପେନସନ ପାଉଥିବା ଏହି ବର୍ଗର ପେନସନଭୋଗୀ ମାନେ ପରିଣତ ବୟସରେ ଆବଶ୍ୟକୀୟ ଖାଦ୍ୟ ଓ ଚିକିତ୍ସା ସୁବିଧାରୁ ବଞ୍ଚିତ ହୋଇ ଦୁର୍ଦ୍ଦଶାମୟ ଜୀବନ ବିତାଉଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅବହେଳାର ପ୍ରତିବାଦରେ ଇପିଏଫ ପେନସନଭୋଗୀ ମାନେ ଆସନ୍ତା ୧୫ ତାରିଖ ଦିନ ଓଡ଼ିଶାରେ ଥିବା ବ୍ରହ୍ମପୁର, ଭୁବନେଶ୍ୱର, କେନ୍ଦୁଝର ଏବଂ ରାଉରକେଲା ଭବିଷ୍ୟନିଧି ସଂଗଠନ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏଥିସହିତ ରାଜ୍ୟରେ ଥିବା ଅନ୍ୟ ୨୬ଟି ଜିଲ୍ଲା ମୁଖ୍ୟାଳୟ ପାଖରେ ଥିବା ଗାନ୍ଧୀ ମୂର୍ତ୍ତୀ ତଳେ ସେହି ଦିନ ଅନୁରୂପ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ସବୁ ଜିଲ୍ଲାର ସମ୍ପୃକ୍ତ କର୍ମକର୍ତ୍ତାମାନେ ଧାରଣା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ସର୍ବନିମ୍ନ ମାସିକ ପେନସନ ୯୦୦୦ ଟଙ୍କା ସହ ମହଙ୍ଗାଭତ୍ତା ଦେବା ପାଇଁ ଆସୋସିଏସନ୍ ତରଫରୁ ଦୀର୍ଘ ବର୍ଷ ଧରି କେନ୍ଦ୍ର ସରକାରଙ୍କ ନିକଟରେ ଦାବି ହୋଇ ଆସୁଛି । ସେହିଭଳି ଓଡ଼ିଶାରେ ଥିବା ଇପିଏଫ ପେନସନଭୋଗୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବା ଲାଗି ରାଜ୍ୟ ସରକାରଙ୍କ ନିକଟରେ ଦାବି ହୋଇ ଆସୁଛି । ହେଲେ ଏ ପର୍ଯ୍ୟନ୍ତ ସରକାର ପେନସନର ଭୋଗୀଙ୍କ ଦାବି ପ୍ରତି ଅବହେଳା କରିବା ପ୍ରତିବାଦରେ ବରିଷ୍ଠ ନାଗରିକମାନେ ଏଭଳି ପଦକ୍ଷେପ ନେବାକୁ ଚରମ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ବୈଠକରେ ଉପସ୍ଥିତ କଟକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ପ୍ରତିନିଧିମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସହ ସର୍ବସମ୍ମତିକ୍ରମେ ଗଣ ଧାରଣା ପାଇଁ ନିଷ୍ପତ୍ତି ନେଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *